34.1 C
Bhubaneswar
Thursday, April 25, 2024
Homeଓଡିଶାପୁରୀରେ ଜୁଡ଼ିସିଆଲ କୋର୍ଟରେ ପଡ଼ିଲା ତାଲା

ପୁରୀରେ ଜୁଡ଼ିସିଆଲ କୋର୍ଟରେ ପଡ଼ିଲା ତାଲା

ପୁରୀ : କରୋନା ପାଇଁ କୋର୍ଟ ବନ୍ଦ । ପୁରୀରେ ଜୁଡ଼ିସିଆଲ କୋର୍ଟରେ ପଡ଼ିଲା ତାଲା । ଜଣେ ଆଇନଜୀବୀ ଓ ଜଣେ ମୋହରୀଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋହରୀଙ୍କର ସ୍ତ୍ରୀ ଜୁଡିସିଆଲ କୋର୍ଟରେ କାମ କରୁଛନ୍ତି । ଜୁଡିସିଆଲ କୋର୍ଟ , କଲେକ୍ଟୋରିଏଟ , ଉପଜିଲ୍ଲାପଳଙ୍କ ଅଫିସ ଓ ତହସିଲ ବନ୍ଦ ରହିବ । ହରିହର ଛକରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏନେଇ ପୁରୀ ଜିଲ୍ଲା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ଆଜି ସୁଦ୍ଧା ପୁରୀ ଜିଲ୍ଲାରୁ ୧୮୮ ଜଣ ମୋଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୯ଜଣ ରାଜ୍ୟର ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୧ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୯୭୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୩୫୦ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking