ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ହେଲା ପ୍ରବାସୀଙ୍କ ସରକାରୀ କ୍ୱାରେଣ୍ଟାଇନ୍ ଅବଧି । ଏଣିକି ୭ଦିନ ବଦଳରେ ୧୪ ଦିନ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ । ଜିଲ୍ଲାର ସବସ୍ତ ବିଡିଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ୭ଦିନ ସରକାରୀ କ୍ୱାରେଣ୍ଟାଇନ୍ରେ ରହି ଘରକୁ ଯିବା ପରେ ମଧ୍ୟ କେତେକ ବ୍ୟକ୍ତିଙ୍କର କରୋନା ପଜିଟିଭ୍ ବାହାରି ଥିବାରୁ ଏହି ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି । ତା’ ସହିତ ଗ୍ରାମାଂଚଳରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ। ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାରୀ କ୍ୱାରେଣ୍ଟାଇନ୍ ଅବଧି ୭ରୁ ୧୪ଦିନକୁ ବୃଦ୍ଧି କରାଯାଇଛି । ସେହିପରି ଘରକୁ ଯିବା ପରେ ମଧ୍ୟ ପ୍ରବସୀଙ୍କ ସ୍ୱାସ୍ଥ୍ୟ ଉପରେ ୭ଦିନ ନଜର ରଖିବାକୁ କୁହାଯାଇଛି ।
https://onakhabar.com/2020/06/06/up-woman-sexually-assaulted-2-doctors-during-check-up/