27.1 C
Bhubaneswar
Monday, August 8, 2022
Homeଓଡିଶାଉତ୍କଳ ବିଶ୍ୱବିଦ୍ୟାଳର ୩ଟି ବିଭାଗ ସିଲ୍

ଉତ୍କଳ ବିଶ୍ୱବିଦ୍ୟାଳର ୩ଟି ବିଭାଗ ସିଲ୍

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳର ୩ଟି ବିଭାଗ ସିଲ୍ କରାଯାଇଛି। ଫିଲୋସିପ୍, ଇଂଲିଶ ଓ ଇକୋନମିକ୍ସକୁ ସିଲ୍ କରାଯାଇଛି। ଜଣେ କର୍ମଚାରୀ କରୋନ ଆକ୍ରାନ୍ତଙ୍କ ସଂଶ୍ପର୍ଶରେ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି। ସମସ୍ତ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି। ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ କରୋନା ପାଇଁ ଲକ୍‌ଡାଉନ୍ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେବେ ଅନ୍‌ଲକ୍‌-୧ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସବୁ ବିଶ୍ୱବିଦ୍ୟାଳୟ ଖୋଲିଥିଲା । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟକୁ ଆସୁନଥିଲେ କିନ୍ତୁ ସମସ୍ତ କର୍ମଚାରୀ ଆସୁଥିଲେ । ଲକ୍‌ଡାଉନ୍ ଗାଇଡ୍‌ଲାଇନ୍ ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ନିଜର କାର୍ଯ୍ୟ ସମ୍ପାଦାନ କରୁଥିଲେ । ତେବେ ଶନିବାର ହଠାତ୍ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟର ୩ଟି ବିଭାଗକୁ ସିଲ୍ କରିଦିଆଯାଇଛି ।
https://onakhabar.com/2020/06/07/quarantine-period-extends-in-khordha-district/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking