20.1 C
Bhubaneswar
Monday, November 18, 2024
Homeଅପରାଧଅବୈଧ ପ୍ରେମରେ ବଳି ପଡିଲା ସ୍ୱାମୀ

ଅବୈଧ ପ୍ରେମରେ ବଳି ପଡିଲା ସ୍ୱାମୀ

ନୂଆଦିଲ୍ଲୀ: ଅବୈଧ ପ୍ରେମ ସମ୍ବନ୍ଧ ପାଇଁ ସଂପର୍କୀୟ ଦିଅରଙ୍କ ସହ ମିଶି ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ମୃତକଙ୍କ ପତ୍ନୀ ଓ ସଂପର୍କୀୟ ଭାଇଙ୍କ ନାଁରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି । ସଂପୂର୍ଣ୍ଣ ଘଟଣା ଅନୁସାରେ, ନିଗୋହୀ ଥାନା ଅନ୍ତର୍ଗତ ଶହତେପୁର ଗାଁରେ ବାସ କରୁଥିବା ରାଜବୀରଙ୍କ ମାତାପିତାଙ୍କ ଦେହାନ୍ତ ହୋଇଯାଇଥିଲା । ୪ ବର୍ଷ ପୂର୍ବରୁ ରାଜବୀରଙ୍କ ବିବାହ ମୋହଲା ଅବଦୁଲ୍ଲାଗଂଜ ନିବାସୀ ଅଞ୍ଜଳୀଙ୍କ ସହ ହୋଇଥିଲା । ବିବାହ ପରଠାରୁ ରାଜବୀର ପତ୍ନୀ ଅଞ୍ଜଳୀଙ୍କ ସହ ସାନ ଭାଇ ଓ ଦୁଇ ଭଉଣୀଙ୍କ ସହ ରହୁଥିଲେ ।
ପୋଲିସର କହିବାନୁସାରେ, ୨୮ ମେ ରେ ରାଜବୀର ନିଜ ପରିବାର ସହ ପାଖ ଗାଁକୁ ଏକ ଉତ୍ସବକୁ ଯାଇ ସେଠାରେ ରହିଥିଲେ । ଦୁଇ ଦିନ ପରେ ଅର୍ଥାତ ମେ ୩୦ ତାରିଖରେ ରାଜବୀର ଓ ତାଙ୍କ ପତ୍ନୀ ନିଜ ଘରକୁ ଫେରିଆସିଥିଲେ । ତାଙ୍କ ସହ ତାଙ୍କ ସଂପର୍କୀୟ ଭାଇ ବବଲୁ ବି ସେମାନଙ୍କ ସହ ଆସିଥିଲା । ହେଲେ ରାଜବୀରଙ୍କ ସାନ ଭାଇ ଅଜୟପାଲ୍ ଆଉ ତାଙ୍କ ଦୁଇ ଭଉଣୀ ସେଠାରେ ହିଁ ରହିଯାଇଥିଲେ । ତେବେ ଶନିବାର ରାତି ପ୍ରାୟ ୩ଟାରେ ରାଜବୀରର ଚିତ୍କାର ପଡୋଶୀ ସନ୍ଦୀପ ଶୁଣିବାକୁ ପାଇଥିଲେ । ରାଜବୀରଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିଲା । ଅଞ୍ଜଳୀ ଘରେ ଥିବା ବେଳେ ବବଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଖବର ପାଇବା ପରେ ସନ୍ଦିପ ସହ ଅନ୍ୟ ଲୋକମାନେ ମଧ୍ୟ ଆସି ପହଂଚି ଯାଇଥିଲେ । ହେଲେ ସେତେବେଳକୁ ରାଜବୀରଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଅଜୟପାଲ୍ ନିଜ ଦୁଇ ଭଉଣୀଙ୍କ ସହ ଆସି ଘରେ ପହଂଚିଲେ । ଆଉ ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସନ୍ଦୀପ ଫୋନ କରି ସେମାନଙ୍କୁ ଏହି ଖବର ଦେଇଥିଲେ । ଖବର ପାଇଁ ନିଗୋହୀ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା । ତେବେ ଅଞ୍ଜଳୀ ସହ ବବଲୁ ଙ୍କ ପ୍ରେମ ସଂପର୍କ ଥିଲା । ଏବଂ ଏଦୁହେଁ ମିଶି ଭାଇ ରାଜବୀରର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ରେ ଦର୍ଶାଇଛନ୍ତି ଅଜୟପାଲ୍ । ପୋଲିସ ଏବେ ସେମାନଙ୍କୁ ଗିରଫ କରି ତାଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking