18.1 C
Bhubaneswar
Saturday, November 23, 2024
Homeଓଡିଶାମାଟ୍ରିକ ଖାତା ଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ

ମାଟ୍ରିକ ଖାତା ଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ଖାତା ଦେଖା । ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବ । ତେବେ ଏହି ଖାତା ଦେଖାରେ ଆଉ ଅଧିକ ୬ ହଜାର ପରୀକ୍ଷକ ନିଯୁକ୍ତ କରାଯିବ ବୋଲି ସୂଚନା ଦିଆଯାଇଛି । ମାଟ୍ରିକ ପରୀକ୍ଷା ଖାତାକୁ ୧୭ ହଜାର ଶିକ୍ଷକ ଦେଖୁଥିଲେ । ଏବେ ଆଉ ଅଧିକ ୬ ହଜାର ଖାତା ଦେଖିବେ । ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ ସେଠି ଦେଖିବେ । ତେବେ ଖାତା ଦେଖା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବେ ବୋଲି କଡା ନିର୍ଦ୍ଦେଶ ରହିଛି । ଖାଲି ଏତିକି ନୁହେଁ, ସମସ୍ତେ ସାନିଟାଇଜର ମଧ୍ୟ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସାମାଜିକ ଦୂରତ୍ୱ ବଜାୟ ପାଇଁ ୩ଟି ଫେଜରେ ଖାତା ଦେଖା ହେବ ବୋଲି ସୂଚନା ମିଳିଛି । ବିଭିନ୍ନ ବିଷୟକୁ ନେଇ ୩ଟି ଫେଜ୍ ଏବଂ ୩ଟି ସମୟ କରାଯାଇଛି । ସଂପୃକ୍ତ ଶିକ୍ଷକ ଧାର୍ଯ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ । ତେବେ ୨୦ ଦିନ ଖାତା ଦେଖା ଯୋଜନା ରହିଛି । ୨ କିମ୍ବା ୪ ଦିନ ବଢିପାରେ । ଯେହେତୁ ଅଧିକ ଶିକ୍ଷକ ନିୟୋଜିତ ହୋଇଛନ୍ତି, ଶୀଘ୍ର ମଧ୍ୟ ସରିପାରେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କୌଣସି କଣ୍ଟେନମେଣ୍ଟ ଜୋନରେ ଖାତାଦେଖା କେନ୍ଦ୍ର କରାଯାଇନଥିବା ବେଳେ ଶିକ୍ଷକମାନେ ଘରେ ଖାତା ଦେଖିବା ବ୍ୟବସ୍ଥା ନାହିଁ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ଓ ସଂପାଦକ ନିହାର ମାହନ୍ତି ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking