ଭୁବନେଶ୍ୱର : ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଗତ ବର୍ଷ ମେ ମାସରେ ବାତ୍ୟା ଫନି ରାଜ୍ୟରେ ରଚିଥିଲା ତାଣ୍ଡବ । କରିଥିଲା ବ୍ୟାପକ କ୍ଷୟକ୍ଷତି । ମାସ ମାସ ଧରି ହୋଇଥିଲା ରାସ୍ତା ଘାଟ ଠପ ତ ଅନ୍ଧାରରେ ଥିଲା ରାଜ୍ୟର ୯୦ ପ୍ରତିଶତ ଅଂଚଳ । ଲୋକେ ଏଯାଏ ଫନିକୁ ଭୁଲାଇପାରିନଥିବା ବେଳେ ଏବେ ଆଉ ଏକ ବାତ୍ୟାର ଆଶଙ୍କା । ଚଳିତ ମାସ ୨୯ ବେଳକୁ ଆଣ୍ଡାମାନ ଓ ତତ ସଂଲଗ୍ନ ଦକ୍ଷିଣପୂର୍ବ ବଂଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଆଗକୁ ଏହା ଘନିଭୂତ ହେବ । କିନ୍ତୁ ଏହର ଗତି କେଉଁଦିଗକୁ ହେବ ତାହା ୨୭ ତାରିଖ ବେଳକୁ ସ୍ପଷ୍ଠ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହା ମିଆଁମାର ଆଡକୁ ମୁହାଁଇପାରେ କିନ୍ତୁ ବଂଗୋପସାଗରରେ ଲଘୁଚାପ ଘନିଭୂତ ହେବାକୁ ନେଇ ବାତ୍ୟା ଆଶଙ୍କାରେ ରଜ୍ୟବାସୀ ।