33.1 C
Bhubaneswar
Thursday, April 25, 2024
Homeଅପରାଧଏନ୍‌କାଉଣ୍ଟରେ ୩ ଆତଙ୍କବାଦୀ ମୃତ୍ୟୁ

ଏନ୍‌କାଉଣ୍ଟରେ ୩ ଆତଙ୍କବାଦୀ ମୃତ୍ୟୁ

ଶ୍ରୀନଗର : ଆଜି ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାର ଅବନ୍ତୀପୋରା ସହରରେ ଏନ୍‌କାଉଣ୍ଟର୍ କାରଣରୁ ଦୁଇ ଜଣ ଆତଙ୍କବାଦୀ ଏବଂ ତାଙ୍କର ଜଣେ ସହଯୋଗୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଭାରତୀୟ ସେନାବାହିନୀ କୁମାୟୁଁ ରେଜିମେଣ୍ଟ୍‌ର ୫୦ ରାଷ୍ଟ୍ରୀୟ ରାଇଫଲ୍ସ, ସିଆର୍‌ପିଏଫ୍‌ର ୧୩୦ ବାଟାଲିୟନ୍ ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ବଳ ଅବନ୍ତୀପୋରାର ଗୋରିପୋରା ଅଞ୍ଚଳରେ ପାହାନ୍ତା ପୂର୍ବରୁ କର୍ଡନ୍ ଓ ସର୍ଚ ଅଭିଯାନ ଆରମ୍ଭ କରିଥିଲା। ସେଠାରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲା। ତଲାସକାରୀ ବଳଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ତଲାସକାରୀ ବଳ ପାଲଟା ଗୁଳିଚଳାଇବାରୁ ତାହା ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଗୋଟିଏ ପଟେ ଜମ୍ମୁ-କଶ୍ମୀରରେ କରୋନା ଆକ୍ରାନ୍ତ ବଢ଼ୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏଯାଏ ଏଠାରେ ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୨ଜଣ ସୁସ୍ଥ ହୋଇଛନ୍ତି ଓ ୫ଜଣ ପ୍ରାଣ ହରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking