ଯାଜପୁର : ଅସ୍ଥାୟୀ ଶିବିର ଓ ଅସହାୟ କୁ କରୋନା ପରିପ୍ରେକ୍ଷି ରେ ଦିଆ ଯାଉଥିବା ଖାଦ୍ୟ ଦୁଇ ବେଳା ପ୍ରଦାନ କରିବା କୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ନିର୍ଦେଶ ଦେଇଛନ୍ତି !କେତେକ ସ୍ଥାନ ରେ ମଧ୍ୟାହ୍ନ୍ନ ଭୋଜନ ରେ ରନ୍ଧା ଖାଦ୍ୟ ଦିଆଯାଉ ଥିବା ବେଳେ ରାତ୍ର ବେଳେ ଚୁଡା, କଦଳୀ, ମୁଢ଼ୀ ଵା ବିସ୍କୁଟ ଦିଆଯାଉଛି ଆଉ କେତେକ ସ୍ଥାନ ରେ ପଇସା ଦେଇ ଦିଆ ଯାଉଛି ବୋଲି ଅଭିଯୋଗ ଆସୁଛି !ଏହାର ସତ୍ୟତା କେତେକ ସ୍ଥାନ ରେ ଅନୁଭବ କରି ଜିଲ୍ଲା ପାଳ ଶ୍ରୀ ଦାସ ସମସ୍ତ ବି. ଡି. ଓ ମାନଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଦେବା କୁ ପରାମର୍ଶ ଦେଇଛନ୍ତି !ସରକାର ବୟସ୍କ ମାନଙ୍କ ପାଇଁ ଦୈନିକ 60ଟଙ୍କା ଓ ପିଲାମାନଙ୍କ ପାଇଁ 45ଟଙ୍କା ପ୍ରଦାନ କରୁଛନ୍ତି !ଯାହା ବର୍ତମାନ ସାମ୍ପରିକ ପାଇଁ ଯଥେଷ୍ଟ ହେଉଛି ସମସ୍ତ ବ୍ଲକ ଓ ପୌରଅଂଚଳ ରେ ସମସ୍ତ ପୌର ନିର୍ବାହୀ ଓ ବିଡ଼ିଓ ଏହା କୁ କାର୍ଯ୍ୟ କରି କରିବାକୁ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି !ଏପରିକି ଏହି ଅର୍ଥ ରେ ଗୋଟା ବେଳେ ଅଣ୍ଡା ମଧ୍ୟ୍ ଦିଆଯାଇପାରିବ ବୋଲି ଶ୍ରୀ ଦାସ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ସମସ୍ତ ବିଡ଼ିଓ ମାନଙ୍କୁ ପରାମର୍ଶ ଦେଇ ଛନ୍ତି !ଅପର ପକ୍ଷ ରେ ସେମାନେ ପ୍ରସ୍ତୁତି କରୁଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଵା କୁଅଁରନ୍ଟାଇନ ସେଣ୍ଟର ଗୁଡିକ ମଧ୍ୟ୍ ଭଲ ଭାବେ ପ୍ରସ୍ତୁତ କରନ୍ତୁ !ଖାଦ୍ୟ ର ମାନ କୁ ଚେକ କରନ୍ତୁ !ଏହି ସମୟ ରେ ଲୋକମାନଙ୍କୁ ବିପର୍ଯୟ ସମୟ ରେ ସେବା ସହଯୋଗ ହିଁ ଶ୍ରେଷ୍ଠ ସେବା !ତେଣୁ ସେବା ପାଇଁ ସେମାନଙ୍କ ନିଜର ଶ୍ରେଷ୍ଠ ଭାବନା ପରିପ୍ରକାଶ କରିବା କୁ ଆହ୍ୱାନ ଦେଇଛନ୍ତି !ସେହି ପରି ଯେଉଁ ବ୍ୟକ୍ତି ମାନେ ଅନ୍ୟ ରାଜ୍ୟ ଵା ଜିଲ୍ଲା ରୁ ଆମ ରାଜ୍ୟ କୁ ଆସିଛନ୍ତି, ସେମାନେ ଙ୍କ ନାମ ପଞ୍ଜିକରଣ କରି ନାହାନ୍ତି ତେବେ ଯଥା ଶୀଘ୍ର ନାମ ପଞ୍ଜିକରଣ କରି କ୍ଵରାଣ୍ଟଏନ ରେ ରଖନ୍ତୁ ବୋଲି ଜିଲ୍ଲା ପାଳ ଅନୁରୋଧ ଦେଇଛନ୍ତି !-ରିପୋର୍ଟ ଅଭିମନ୍ୟୁ ମିଶ୍ର