20.1 C
Bhubaneswar
Sunday, November 17, 2024
Homeଓଡିଶାକରୋନା ଯୋଦ୍ଧାକୁ ପୋଲିସର ମାଡ଼, ପୌର ପରିଷଦ କାର୍ଯ୍ୟାଳୟ ଘେରାଉ

କରୋନା ଯୋଦ୍ଧାକୁ ପୋଲିସର ମାଡ଼, ପୌର ପରିଷଦ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲକଡାଉନକୁ ସଫଳ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଏହା ଭିତରେ କିଛି ପୁଲିସ୍ କର୍ମଚାରୀଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଯୋଗୁଁ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ, ଖବରକାଗଜ ବିତରକଙ୍କୁ ମାଡ଼ ଘଟଣାର କିଛି ଦିନ ପରେ ଶୁକ୍ରବାର ସଫେଇ କର୍ମଚାରୀଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମ୍ୟୁନିସିପାଲିଟିର ସାନିଟାରୀ ସୁପରଭାଇଜର ଅନିରୁଦ୍ଧ ମୁଖି ହନୁମାନ ମନ୍ଦିର ନିକଟରେ ନିଜର ଦାୟିତ୍ୱ ତୁଲାଉଥିବା ବେଳେ ପୋଲିସ କର୍ମଚାରଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କୁ ପୋଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଦିଆଯାଇଥିବା ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ତାଙ୍କୁ ମାଡ଼ ମରାଯାଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ଅବଗତ କରିଥିଲେ । ଏହାର ପ୍ରତିବାଦରେ କର୍ମଚାରୀମାନେ ଶୁକ୍ରବାର ପୌର ପରିଷଦ ଅଫିସ ସମ୍ମୁଖରେ ଘେରାଓ କରି ଧାରଣାରେ ବସିଥିଲେ । ଘଟଣା ସଂପର୍କରେ ପୌରନିର୍ବାହୀ ଅଧିକାରୀ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ଟାଉନଥାନା ଅଧିକାରୀ ନରେଶ କୁମାର ସାହୁ ମ୍ୟୁନିସିପାଲିଟିରେ ପହଞ୍ôଚ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ଅଡ଼ି ବସିଥିଲେ । ଶେଷରେ ଫୁଲବାଣୀ ସଦର ଏସଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ପହଞ୍ôଚ କର୍ମଚାରୀମାନଙ୍କୁ ବୁଝାସୁଝା କରିବା ସହିତ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ହେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking