ବଲାଙ୍ଗୀର;- ସ୍ଥାନୀୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ କୁ କୋଭିଡ ହସ୍ପିଟାଲ ରୂପେ ପରିଣତ କରାଯାଇଛି । ରୋଗୀଙ୍କ ପାଇଁ ଏଠାରେ ୨୦୦ କରୋନା ସଂକ୍ରମିତ ରୋଗୀ ଙ୍କ ପାଇଁ ତିନି ସ୍ତରୀୟ ବ୍ୟବସ୍ଥା ରହିଛି । ଗତ ୧୪ ତାରିଖରୁ ୨ ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏସବୁ ବ୍ୟବସ୍ଥା ର ତଦାରଖ ପାଇଁ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ସେମାନେ ଏହି ହସ୍ପିଟାଲର ଆଇସିୟୁ, ଏଚ୍ଡିୟୁ ସମେତ ସାଧାରଣ ଓ୍ବାର୍ଡ ପରିଦର୍ଶନ କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିଥିବା ସୂଚନା ରହିଛି । ପରିଦର୍ଶନ ସମୟରେ ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍ପି ସନ୍ଦୀପ ମାଡ଼କର, ସିଡିଏମ୍ଓ ଡା ନାରାୟଣ ଥନାପତି, କୋଭିଡ ହସ୍ପିଟାଲ ଇନ୍ଚାର୍ଜ ଡା. ଅବିନାଶ ନାୟକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଏଭଳି ମହତ୍ୱପୂର୍ଣ୍ଣ ପରିଦର୍ଶନରୁ ଗଣମାଧ୍ୟମକୁ ଦୁରେଇ ରଖିବାର ଉଦ୍ଦେଶ୍ୟ କଣ ବୋଲି , ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।