19.1 C
Bhubaneswar
Monday, November 18, 2024
Homeଓଡିଶାଦୂରଦର୍ଶନରେ ଦଶମ ପାଠ

ଦୂରଦର୍ଶନରେ ଦଶମ ପାଠ

ଭୁବନେଶ୍ୱର: ଏବେ ଦେଶରେ କରୋନା ପାଇଁ ତାଲା ବନ୍ଦ ଚାଲିଥିବାରୁ ପିଲାମାନେ ଯେପରି ପାଠପଢାରୁ ବଞ୍ଚିତ ନହେବେ ସେଥିପାଇଁ ଲକ ଡାଉନ ପାଇଁ ଦୂରଦର୍ଶନ ଜରିଆରେ ପଢାଯିବ ଦଶମ ପାଠ । ତେବେ ଏଜୁସାଟ ପକ୍ଷରୁ ପ୍ରସ୍ତୁତ ଭିଡିଏର ପୁନଃ ପ୍ରସାରଣ ମଧ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏପ୍ରିଲ ୨୦ରୁ ମେ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତି ମଧ୍ୟ ହୋଇଛି । ଦିନକୁ ୨ ଥର ଘଣ୍ଟାଏ ଲେଖାଏଁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ହେବ । ସକାଳ ୧୧ଟାରୁ ୧୨ଟା ଏବଂ ଦିନ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଏହା ପ୍ରସାରଣ କରାଯିବ । ଗଣିତ, ଇଂରାଜୀ, ଭୂଗୋଳ, ଏସସିପି, ଏସସିଏଲ ପାଠ ପ୍ରଭୃତିର ପୁନଃ ପ୍ରସାରଣ କରାଯିବ । ତେବେ ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking