30.1 C
Bhubaneswar
Wednesday, April 24, 2024
Homeଓଡିଶାଦର୍ପଣୀ ଗଡରେ ପ୍ରଶାସନର ଚଢ଼ାଉ ଓ ଦୋକାନ ସିଲ

ଦର୍ପଣୀ ଗଡରେ ପ୍ରଶାସନର ଚଢ଼ାଉ ଓ ଦୋକାନ ସିଲ

ଯାଜପୁର :  ଦର୍ପଣ ତହସିଲ ଅଧିନସ୍ଥ ଦର୍ପଣୀ ଗଡ଼ ବଜାର ରେ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ଓ ଉପ ଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ଧଳ ଚଢ଼ଉ କରିଥିଲେ !ବଜାର ରେ ସାମାଜିକ ଦୂରତା ଓ ନିଷିଦ୍ଧ ଦୋକାନ ଗୁଡିକ ଖୋଲା ହୋଇଛି କି ନାହିଁ ଅନୁଧ୍ୟାନ କରିବା ସହ ଅଯଥା ମୋଟର ସାଇକେଲ ଧରି ବୁଲୁଥିବା ରୋଡ ରୋମିଓ ଙ୍କୁ ସାବଡ଼ କରିଥିଲେ !ଜଳ ଖିଆ ବନ୍ଦ ରହିବା ନିର୍ଦେଶ ସତ୍ୱେ ବିଜୟ କୁମାର ସାହୁ ଓ ଚଇନ ବାରିକ ଙ୍କ ଦୋକାନ ରେ ବରା, ଗୁଲୁଗୁଲା, ମିଠା ବିକ୍ରି ହେବା ର ଅଭିଯୋଗ ପାଇଁ ତାହାର ସତ୍ୟତା ପରଖି ଦୋକାନ ଦୁଇଟି କୁ ସିଲ କରିଦେଇ ଥିଲେ !

 
ସେହି ପରି ସୁଧା କର ବାରିକ ଙ୍କର ସେଲୁନ କୁ ମଧ୍ୟ ସିଲ କରିଦିଆଯାଇଥିଲା ସମସ୍ତ ଦୋକାନୀ ଭାଇ ମାନେ ସାମାଜିକ ଦୂରତା କୁ ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଥିଲା ଓ ସେଥିପାଇଁ ସେମାନଂକୁ ସଚେତନତା କରା ଯାଇଥିଲା !ଅପର ପକ୍ଷ ରେ ଜବତ ହୋଇଥିବା ଗୁଲୁଗୁଲା, ବରା, ପିଆଜିଓ ମିଠା କୁ କୁରୁର, ମାଙ୍କଡ, ପଶୁ ପକ୍ଷୀ ମାନଙ୍କୁ ବାଣ୍ଟିଦିଆ ଯାଇଥିଲା !ଲୋକ ମାନେ ଏହି କାର୍ଯ୍ୟ କୁ ପ୍ରଶଂସା କରିଥିଲେ !ତେବେ ମାସ୍କ ଲଗାଇଥିବାରୁ ପାଇଁ ଅଧିକାରୀମାନେ ଧନ୍ୟବାଦ ଜଣାଇ ଥିଲେ !ଏହି ଚଢ଼ାଉ ରେ ସ୍ଥାନୀୟ ତହସିଲଦାର ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବଡ଼ଚଣା ଥାନା ଅଧିକାରୀ ଜୋତିରଂଜନ ମହାପାତ୍ର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ |
–ଖବର ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking