18.1 C
Bhubaneswar
Tuesday, November 26, 2024
Homeଓଡିଶାରାଜ୍ୟରେ ଅସମ୍ଭାଳ ତାତି

ରାଜ୍ୟରେ ଅସମ୍ଭାଳ ତାତି

ଭୁବନେଶ୍ବର : ଡେଉଁଛି ପାରଦ, ବଢୁଛି ତାତି । ରାଜ୍ୟରେ ଅସମ୍ଭାଳ ଖରା। ୪୦ ଡିଗ୍ରୀ ଉପରେ ରହୁଛି ୧୦ ରୁ ଅଧିକ ସହରରେ ତାପମାତ୍ରା। ଆଗକୁ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହେ ଧରି ଏଭଳି ଗ୍ରୀଷ୍ମପ୍ରବାହ ଲାଗି ରହିବ।  ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪୧.୨, ଅନୁଗୁଳରେ ୪୦.୫, ଝାରସୁଗୁଡା, ବୌଦ୍ଧ ଓ ସୋନପୁରରେ ୪୦.୨, ମାଲକାନଗିରିରେ ୪୦.୧, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ବାରିପଦା ଓ ବାଲେଶ୍ୱରର କେତେକ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ୧୮ ତାରିଖରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking