19.1 C
Bhubaneswar
Sunday, November 24, 2024
Homeଓଡିଶାକରେନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

କରେନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ଭୁବନେଶ୍ୱର: ମହାମାରୀ କରୋନା ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି । ଆଜି ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କଲେଣି । ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିଚାଲିଛି । କିନ୍ତୁ ସବୁଠାରୁ ଭଲ କଥା ହେଲା ଓଡ଼ିଶାରେ କରୋନା ଆକ୍ରାନ୍ତ ଦିନକୁଦିନ ସୁସ୍ଥ ହେବାରେ ଲାଗିଛନ୍ତି । ବୁଧବାର ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଭେଟିଭ ଆସିଥିବା ଜଣାପଡ଼ିଛି । ସୁନ୍ଦରଗଡ଼ରୁ ୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂୂଚନା ଦେଇଛି । ରାଜ୍ୟରେ ମୋଟ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ୧୯ ଜଣ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking