ଯାଜପୁର : ସର୍ବ ଭାରତୀୟ ଶ୍ରମିକ ନେତା ତଥା ଏ. ଆଇ. ଟି. ୟୁ. ସି. ର ରାଜ୍ୟ ସାଧାରଣ ସଂପାଦକ ସି. ପି. ଆଇ ଜାତୀୟ ପରିଷଦ ସଭ୍ୟ, ସ୍ତମ୍ଭ କାର, ସୁ ସାହିତ୍ୟକ, ଶ୍ରମିକ ବନ୍ଧୁ ଡ଼ଃ ସୌରୀବନ୍ଧୁ କର ସୋମବାର ରାତି 10 ଟା ସମୟ ରେ 73 ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ତାଙ୍କ ର ପରଲୋକ ହୋଇଯାଇଛି !ସେ ଜଣେ ମିଷ୍ଟ ଭାସି, ସୁ ସାହିତ୍ୟିକ, ସୁ ବକ୍ତା, ସୁ ସଂଗଠକ ଓ କ୍ରୀଡ଼ାବିତ ଭାବେ ତାଙ୍କ ର ସୁ ଖ୍ୟାତି ରହି ଥିଲା !ସେ ରଶ ଯାତ୍ର ଉପରେ ଏକ ଭ୍ରମଣି କାହାଣୀ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ଓ ଶ୍ରମିକ ମିତ୍ର ପୁରସ୍କାର ପାଇଁ ଥିଲେ, ସ୍ୱାଗତ କର ଙ୍କ ବିୟୋଗ ରେ ଆଜି ସମଗ୍ର ଜିଲ୍ଲା ର ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ଶ୍ରମିକ କର୍ମଚାରୀ ମାନଙ୍କ ମଧ୍ୟ୍ ରେ ଶୋକ ଛାୟା ଖେଳି ଯାଇଛି !ଡ଼ଃ କର ଙ୍କ ବିୟୋଗ ରେ ଆଇ. ଏ ନ. ଟି. ୟୁ ସି ର ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଏ, ଆଇ. ଟି. ୟୁ ସି ର ଯାଜପୁର ଜିଲ୍ଲା ଉପ ସଭାପତି ଚନ୍ଦ୍ରମଣି ପାତ୍ର, ସି. ଆଇ. ଟି ୟୁ. ସି ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ଶ୍ରମିକ ନେତା ପରମାନନ୍ଦ ସେଠୀ, ନୃସିଂହ ଚରଣ ପହି, ନିରଞ୍ଜନ ପରିଡା, ମାଧବ ମହାପାତ୍ର, ଶିକ୍ଷକ ନେତା ଦୁଷ୍ମନ୍ତ କୁମାର ନାୟକ, ଆଶିଷ କୁମାର ନାୟକ ଆଭାମୟୀ ମହାନ୍ତି, ପ୍ରେମାନନ୍ଦ ମହାନ୍ତି, ବାଇ ଧର ମଲ୍ଲିକ, ଅଭିମନ୍ୟୁ ପାତ୍ର, ଗଣେଶ୍ୱର ନାୟକ, ଶେକ ଅବଦୁଲ କାଦିର, ସେକ ଶାବୀର, ଅଭିନ ମଲିକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ଏବଂ ତାଙ୍କ ର ଆମର ଆତ୍ମା ସଦଗତି କାମନା କରିଛନ୍ତି ! ଖବର -ଅଭିମନ୍ୟୁ ମିଶ୍ର