40.1 C
Bhubaneswar
Thursday, April 25, 2024
Homeକରୋନାଏହି ଜିଲ୍ଲାଗୁଡିକ ହେଲା କରୋନା ହଟସ୍ପଟ ଜୋନ୍‌

ଏହି ଜିଲ୍ଲାଗୁଡିକ ହେଲା କରୋନା ହଟସ୍ପଟ ଜୋନ୍‌

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଘୋଷିତ କରିଥିବା ୧୭୦ ହଟସ୍ପଟ ଜିଲ୍ଲାଗୁଡିକର ନାମ ପ୍ରକାଶ କରାଯାଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ଉପାୟରେ ଏହାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ତେବେ ଆଜି ସରକାର ଘୋଷଣା କରିଥିବା ହଟସ୍ପଟ ଜିଲ୍ଲାଗୁଡିକ ମଧ୍ୟରେ ସବୁଠୁ ଆଗରେ ତାମିଲନାଡ଼ୁ, ମହାରାଷ୍ଟ୍ର , ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ହିଁ ଏହାର ଅଧିକାଂଶ ଜିଲ୍ଲା ରହିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ତାମିଲନାଡ଼ୁରେ ୨୨ଟି ହଟସ୍ପଟ ଜିଲ୍ଲା ଥିବାବେଳେ ମହାରାଷ୍ଟ୍ରରେ ୧୪, ଉତ୍ତରପ୍ରଦେଶରେ ୧୩, ରାଜସ୍ଥାନରେ ୧୨,ଆନ୍ଧ୍ରପ୍ରଦେଶରେ ୧୧ ଓ ଦିଲ୍ଲୀରେ ୧୦ଟି ଜିଲ୍ଲା ରହିଛି । ସେହିପରି ତେଲେଙ୍ଗାନାରେ ୯ଟି, ପଞ୍ଜାବ,ଜାମ୍ମୁ ଓ କଶ୍ମୀର ଓ କର୍ଣାଟକରେ ୮ଟି ଲେଖାଏଁ ହଟସ୍ପଟ ଜିଲ୍ଲା ରହିଛି । ଅନ୍ୟପକ୍ଷରେ କେରଳର ୭ଟି, ଗୁଜରାଟ,ମଧ୍ୟପ୍ରଦେଶ ଓ ହରିୟାଣାରେ ୬ଟି ଲେଖାଏଁ ହଟସ୍ପଟ ଜିଲ୍ଲା ରହିଛି । ଏସବୁ ଜିଲ୍ଲାଗୁଡ଼ିରେ ଲକଡାଉନକୁ କଡ଼ାକଡ଼ିଭାବେ ପାଳନ କରାଯିବ । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସବୁ ଜିଲ୍ଲା ଗୁଡ଼ିକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯଥା ହଟସ୍ପଟ (ରେଡ ଜୋନ),ଅଣ-ହଟସ୍ପଟ (ହ୍ୱାଇଟ ଜୋନ) ଓ ଗ୍ରୀନଜୋନ । ହଟସ୍ପଟ ଜିଲ୍ଲାଗୁଡ଼ିକରେ ନିୟମିତଭାବେ ଅଧିକ ସଂକ୍ରମଣ ମାମଲା ସାମନାକୁ ଆସୁଛି, ଅଣ-ହଟସ୍ପଟ ଗୁଡ଼ିକରେ ଅଳ୍ପ କିଛି ମାମଲା ଦେଖାଦେଉଛି ଓ ଗ୍ରୀନ ଜୋନ ଜିଲ୍ଲାଗୁଡ଼ିକରେ କୌଣସି ମାମଲା ଜଣାପଡ଼ିନାହିଁ ଅର୍ଥାତ ସଂକ୍ରମଣରୁ ମୁକ୍ତ ରହିଛି । ଦେଶରେ ଏବେ ୧୭୦ଟି ଜିଲ୍ଲା ହଟସ୍ପଟ ଓ ୨୬୦ ଟି ଜିଲ୍ଲା ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking