19.1 C
Bhubaneswar
Friday, November 22, 2024
Homeକରୋନାଇସ୍ରାଏଲକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ପଠାଇଲା ଭାରତ

ଇସ୍ରାଏଲକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ପଠାଇଲା ଭାରତ

ନୂଆଦିଲ୍ଲୀ: ସାରା ବିଶ୍ୱିରେ ମହାମାରୀ କରୋନା ଏବେ କାୟା ବିସ୍ତାର କରି ଚାଲିଥିବାବେଳେ ୧୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଇସ୍ରାଏଲକୁ ପଠାଇଛି ଭାରତ । ଏହା ପୂର୍ବରୁ ଆମେରିକାକୁ ଏହି ଔଷଧ ଦେଇଥିଲା ଭାରତ । ଔଷଧ ଇସ୍ରାଏଲରେ ପହଞ୍ôଚବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖି ଜଣାଇଛନ୍ତି । ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ ଅଧିକ ରହିଥିବା ବେଳେ ୮୬ ଜଣଙ୍କର ମୃତ୍ୟୁ ଘଟିଲାଣି ।
ଏଯାବତ ଏହି ଭାଇରସକୁ ରୋକିବା ପାଇଁ କୌଣସି ଔଷଧ ବା ଟିକା ବାହାରିନାହିଁ। ହେଲେ ଭାରତରେ ତିଆରି ହେଉଥିବା ମାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାର ଏକ ଉପାୟ ବାହାରିଛି। କିଛି ମାତ୍ରାରେ ଏହି ଔଷଧ ବ୍ୟବହାର କରି ବିଭିନ୍ନ ଦେଶର ଡାକ୍ତରମାନେ ସଫଳ ହୋଇଛନ୍ତି। ଐଉଛ କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ଦେଖି ନିକଟରେ ଭାରତ ଏହି ଔଷଧର ରପ୍ତାନୀ ଉପରେ ରୋକ୍ ଲଗାଇଥିଲା। ହେଲେ ଆମେରିକା ଓ ଅନ୍ୟାନ୍ୟ ଦେଶ ଏହି ଔଷଧ ଭାରତକୁ ମାଗିବାପରେ ଭାରତ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking