କେନ୍ଦ୍ରପଡ଼ା : ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତେବେ ସୋମବାର ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଆକ୍ରାନ୍ତଙ୍କ ଗାଁର ୩ କି.ମି ଭିତରେ ଥିବା ୧୧ଟି ଗାଁକୁ ସିଲ୍ କରି ଦିଆଯାଇଛି। ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଆକ୍ରାନ୍ତଙ୍କ ଗାଁରେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ବୁଝାଯିବ। ସଂପୃକ୍ତ ଅଞ୍ଚଳର କେହି ବାହାରକୁ ଯିବା ଆସିବା କରିପାରିବେନି। ଆକ୍ରାନ୍ତ ବ୍ୟକ୍ତି କ୍ୱାରେଣ୍ଟାଇନରେ ଥିବାରୁ କୌଣସି ଲୋକ ଆତଙ୍କିତ ନ ହେବାକୁ ଜିଲ୍ଲାପାଳ କହିଛନ୍ତି।
https://onakhabar.com/2020/04/06/one-corona-positive-case-from-kendrapara/