ଯାଜପୁର(ଅଭିମନ୍ୟୁ ମିଶ୍ର ): ସୁକିନ୍ଦା ବନ ବିଭାଗ ଅଧିନସ୍ଥ ପିମ୍ପୂଡ଼ିଆ ପଂଚାୟତ ରାଙ୍କୀଆ ଦେହୁରୀ ସାହି ଜଙ୍ଗଲ ରୁ ଛୋଟ ବଡ଼ ଛ ଗୋଟି ଶାଳ ଗର ସୁକିନ୍ଦା ବନ ବିଭାଗ ରେଞ୍ଜର ଦ୍ୱାରା ଜବତ ହୋଇଛି !ସୁକିନ୍ଦା ବନପାଳ ନରେଶ କୁମାର ଟୁଡୁ ପାଟ୍ରୋଲିଂ କରୁଥିବା ବେଳେ ରାଙ୍କୀଆ ଦେହୁରୀଆ ସାହି ନିକଟ ରେ ଥିବା ଜଙ୍ଗଲ ରେ କାଠ ଘୋଷରା ଚି଼ହ୍ନ ଦେଖି କୁ ପାଇଁ, ଘୋରାସ କୁ ଅନୁସରଣ କରି ଜଙ୍ଗଲ ରେ ପଡି ଥିବା କାଠ ଗଣ୍ଡ କୁ ଠାବ କରିଥିଲେ !ସେଠାରେ ଛ ଗୋଟି ଶାଳ କାଠ ଗଣ୍ଡ ଠାବ କରି ଥିଲେ ! ସେଠାରେ କାଠ ଗଣ୍ଡ କୁ ଜବତ କରି ସୁକିନ୍ଦା ରେଞ୍ଜ ଅଫିସ କୁ ଆଣି ଥିଲେ !କାଠ ମାଫିଆ ମାନେ ସକାଳ ହୋଇଯିବାରୁ କାଠ ଭୟ ରେ ଛାଡ଼ି ପଳାଇଯାଇ ଥିଲେ ବୋଲି ଶ୍ରୀ ଟୁଡୁ ଅନୁମାନ କରୁଥିଲେ !ଜବତ ହୋଇ ଥିବା କାଠ ଗଣ୍ଡ ପାଖା ପାଖି ପଚାଶ ସି ଏଫ ଟି ଯାହାର ମୂଲ୍ୟ ଷାଠିଏ ରୁ ସତୁରି ହଜାର ହେବ ବୋଲି ଅନୁମାନ କରାଯାଇଛି !ପାଟ୍ରୋଲିଂ ସମୟ ରେ ଫୋରେଷ୍ଟ ଗାର୍ଡ ସୁଶାନ୍ତ ନାୟକ, ଜ୍ଞାନେନ୍ଦ୍ର ବେହେରା, ସିପୁନ ଦାସ ଓ ସୋମନାଥ ସାମିଲ ହୋଇ ଥିଲେ !ପ୍ରକାଶ ଥାଉ କି ରାଙ୍କୀଆ ଜଙ୍ଗଲ ରୁ ବହୁ ସମୟ ରେ କାଠ ମାଫିଆ ମାନେ ଶାଳ ଗଛ କାଟି ନେଇ ଥିବା ର ଅଭିଯୋଗ ଆସିଛି !କାଠ ମାଫିଆ ଙ୍କ ସହ ଆଖ ପାଖ ଅଂଚଳ ଲୋକେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି ବୋଲି ବନପାଳ ଶ୍ରୀ ଟୁଡୁ କହନ୍ତି !