26.1 C
Bhubaneswar
Friday, March 29, 2024
Homeକରୋନାଖୁବ ଶୀଘ୍ର ମଣିଷ ଦେହରେ କରୋନା ଭାଇରସ ଟୀକା ପରୀକ୍ଷଣ

ଖୁବ ଶୀଘ୍ର ମଣିଷ ଦେହରେ କରୋନା ଭାଇରସ ଟୀକା ପରୀକ୍ଷଣ

ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ଆତ୍ମଘାତୀ ଭାଇରସ କରୋନା । ହେଲେ ଏହା ଭିତରେ ଏକ ଭଲ ଖବରର ମଧ୍ୟ ସୂଚନା ମିଳିଛି । ସୂଚନା ଅନୁସାରେ, ଜୁନ ସୁଦ୍ଧା ମଣିଷ ଶରୀରେ କରୋନା ଭାଇରସର ଟିକା ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି । ପଶୁଙ୍କଠାରେ ଏହାର ସଫଳ ପରୀକ୍ଷଣ ପରେ ଏବେ ଇସ୍ରାଏଲ ଏହାକୁ ଖୁବ୍ ଶୀଘ୍ର ପରୀକ୍ଷଣ କରିବାକୁ ଯାଉଛି ।
ଇସ୍ରାଏଲର ଗାଲିଲି ଗବେଷଣା ପ୍ରତିଷ୍ଠାନ ବା ମିଗାଲ ପକ୍ଷରୁ ଏହି ଟୀକାର ପରୀକ୍ଷଣ କରାଯାଉଛି । ମାତ୍ର ତିନି-ଚାରି ସପ୍ତାହ ମଧ୍ୟରେ ଏହି ଟୀକାର ପରୀକ୍ଷଣ କରାଯିବ ବୋଲି ଗତ ଫେବ୍ରୁଆରୀ ମାସରେ ମିଗାଲ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଚୀନରୁ କରୋନା ଭାଇରସର ଜିନ ସଂପର୍କିତ ତଥ୍ୟ (ଜେନେଟିକ ସିକେ୍ୱନ୍ସ) ମିଳିବାରେ ବିଳମ୍ବ ହେବାରୁ ଗବେଷଣା ଟିକିଏ ପଛେଇଯାଇଥିଲା । ବିମାନ ଚଳାଚଳ ବନ୍ଦ ହେବା ଯୋଗୁଁ ଚୀନରୁ ଏହି ତଥ୍ୟ ଆସିପାରିନଥିଲା । କିନ୍ତୁ ଏବେ ଏସବୁ ତଥ୍ୟ ଆସିଯାଇଥିବାରୁ ଗବେଷଣାରେ ଯଥେଷ୍ଟ ଅଗ୍ରଗତି ହୋଇଛି ବୋଲି ମିଗାଲର ଗ୍ରୁପ ଲିଡର ଡ. ଚେନ କାଜ୍ କହିଛନ୍ତି ।
ଗତ ଫେବ୍ରୁଆରି ମାସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶର ସରକାରୀ ଲାବରୋଟୋରୀକୁ କରୋନା ସଂପର୍କିତ ଗବେଷଣା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking