ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ସୋମବାର ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଆର୍ଯ୍ୟପଲି ଗ୍ରାମର ବୋଲି ଜଣାପଡ଼ିଛି । ଏନେଇ ଛତ୍ରପୁର ଏସଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, କିଛି ଦିନ ତଳେ ଛତ୍ରପୁର ଅଞ୍ଚଳର ଜଣେ ଲୋକ ବିଦେଶରୁ ଫେରିଥିଲେ। ସେ ମେଡିକାଲ ଟେଷ୍ଟ କରିବା ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଭଲ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଗିରଫ ଯୁବକ ଜଣକ ତାଙ୍କୁ କରୋନା ପଜିଟିଭ୍ ହୋଇଥିବା ନେଇ ମିଥ୍ୟା ଖବର ଚାରି ଆଡେ ପ୍ରକାଶ କରିବା ସହ ସୋସିଆଲ ମିଡ଼ିଆରେ ମଧ୍ୟ ଛାଡିଥିଲେ। ଏହାପରେ ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି।