ଭୁବନେଶ୍ୱର: ସମସ୍ତେ କୁହନ୍ତି ଯେ ପ୍ରାୟ ସମୟରେ ମା’ଙ୍କ ପ୍ରଭାବ ତାଙ୍କ ପିଲା ଉପରେ ପଡିଥାଏ । ହେଲେ ଆପଣ କଣ ପାଇଁ ବୁଝୁନାହାନ୍ତି ଯେ, ଏଭଳି ପ୍ରଭାବ ଆପଣଙ୍କ ପିଲାର ଜୀବନ ଉପରେ ମଧ୍ୟ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଏହି ସମସ୍ୟାର ସମାଧାନ କରିପାରିବେ । ନିଜ ପିଲାଙ୍କୁ ଚାପ ମୁକ୍ତ କରିବା ପାଇଁ ଆପଣାନ୍ତୁ ଏପରି କିଛି ଟିପ୍ସ…
ନିଜ ଭିତରେ ଆଣନ୍ତୁ ପରିବର୍ତନ
ଆମେ ଅନେକ ଥର ଶୁଣିଚେ ଯେ, ବାପା ମା ଆମକୁ କହିଥାନ୍ତି, ଦେଖିକି ଚାଲ ନହେଲେ ପାଣିରେ ପଡିଯିବ । ରାସ୍ତା କଡେ କଡେ ଚାଲ, ନହେଲେ ଦୁର୍ଘଟଣା ଘଟିବ । ସେ ଜିନିଷକୁ ଛୁଅଁ ନାହିଁ, ନହେଲେ ରୋଗରେ ପଡିଯିବ । ଏତେ ଉଚ୍ଚକୁ ଚଢନି ନହେଲେ ତଳକୁ ପଡିଯିବ । ହୋଇପାରେ ଏହା ଆପଣଙ୍କ ପିଲା ବେଳର ଡର । ଯାହାକୁ ଆପଣ ନିଜ ପିଲାଙ୍କ ସହ କରୁଛନ୍ତି । ହେଲେ ପିଲାଙ୍କୁ ସତର୍କ କରିବା ପାଇଁ ଏଭଳି ତରୀକା ଛାଡି ଆପଣ ଭିନ୍ନ ଶୈଳୀରେ ମଧ୍ୟ ତାଙ୍କୁ ଏହି ଜିନିଷକୁ ବୁଝାଇପାରିବେ । ଯେମିତିକି, ଆପଣ କହିପାରିବେ ରାସ୍ତା କଡରେ ଆରାମରେ ଧିରେ ଧିରେ ଚାଲ, ଦୌଡିବାର ଆବଶ୍ୟକତା ନାହିଁ । ମଜାମସ୍ତି କରି ଖେଳ ଆଉ ଘରେ ଆସି ହାତମୁହଁ ଭଳଭାବେ ସଫାକର । ବାଃ..ତୁମେ ତ କେତେ ଉଚ୍ଚକୁ ଚଢିପାରୁଛ । ବାସ୍ ନିଜର ଧ୍ୟାନ ରଖ । ଆପଣ ଏଭଳି କହିବା ମାତ୍ରେ ସେମାନେ ଏହାକୁ ଶୁଣିବେ ଏବଂ ଏଥିରୁ ଶିକ୍ଷା ଲାଭ କରିବେ । ହେଲେ ଯଦି ଆପଣଙ୍କ ମନରେ ସବୁବେଳେ ଡର କିମ୍ବା ଚିନ୍ତା ରହିବ, ତେବେ ପିଲାମାନେ କଣ କରବେ ?
ସମସ୍ୟା ସୃଷ୍ଟି କରନ୍ତୁ ନାହିଁ
ଯେ ପର୍ଯ୍ୟନ୍ତ ଜଣେ ପିଲା ନିଜର ସମସ୍ୟା ବିଷୟରେ କହୁନାହିଁ, ସେ ପର୍ଯ୍ୟନ୍ତ ଆପଣ ତାର ଭବିଷ୍ୟତ କିମ୍ବା ଆପଣଙ୍କ ସହ ହୋଇଥିବା କିଛି ଘଟଣା ବା ଦୁର୍ଘଟଣା ସଂକ୍ରାନ୍ତରେ କୁହନ୍ତୁ ନାହିଁ କିମ୍ବା ସେମାନଙ୍କୁ ଭୟଭୀତ କରାନ୍ତୁ ନାହିଁ ।
କାର୍ଯ୍ୟରୁ ନିଅନ୍ତୁ ବିରତୀ
ଆପଣ କେବେ ବି ନିଜର ସମସ୍ୟାକୁ ନିଜ ପିଲାଙ୍କ ଉପରେ ଲଦି ଦିଅନ୍ତୁ ନାହିଁ । ଯଦି ଆପଣଙ୍କୁ ଲାଗୁଛି ଯେ, ଆପଣ ଅଧିକ ଚିନ୍ତାରେ ରହୁଛନ୍ତି, ତେବେ ନିଜ କାମରୁ ଟିକିଏ ବିରତି ନିଅନ୍ତୁ । ନିଜର ରୁଟିନ ବଦଳାନ୍ତୁ । ଯେତେବେଳେ ଆପଣ ନିଜେ ଏହାକୁ ମ୍ୟାନେଜ କରିବା ଶିଖିଯିବେ ତା ପରେ ଆପଣଙ୍କ ପିଲା ଆପେ ଆପେ ଆପଣଙ୍କ ଠାକୁ ଶିଖି ସେହିପରି କରିବା ଆରମ୍ଭ କରିବ ।
ନିଜ ଉପରେ ରଖନ୍ତୁ ବିଶ୍ୱାସ
ପିଲାଟି ଚିନ୍ତିତ କିମ୍ବା ଭୟଭୀତ ଥିବା ଦେଖିବା ପରେ କେବେ ବି ଆପଣଙ୍କ ଭାବନ୍ତୁ ନାହିଁ ଯେ, ଆପଣଙ୍କ ଲାଳନପାଳନରେ କିଛି ତ୍ରୁଟି ରହିଯାଇଛି । ସବୁବେଳେ ମନରେ ଏହି ଧାରଣା ରଖନ୍ତୁ ଯେ, ଆପଣଙ୍କ ଲାଳନପାଳନରେ କିଛି ତ୍ରୁଟି ନାହିଁ ।