23.1 C
Bhubaneswar
Monday, January 24, 2022
Homeଅପରାଧଚାକିରୀ ବିକୁଛନ୍ତି ସୈନ୍ୟ ବାହିନୀରେ ଥିବା ଯବାନ

ଚାକିରୀ ବିକୁଛନ୍ତି ସୈନ୍ୟ ବାହିନୀରେ ଥିବା ଯବାନ

ମୟୂରଭଞ୍ଜ : ବିକ୍ରି ହେଉଛି ସୈନ୍ୟ ବିଭାଗର ଚାକିରୀ । ଯଦି ମୋଟା ଅଙ୍କର ଅର୍ଥ ବଦଳରେ ଚାକିରୀ କିଣିବାକୁ ଚାହୁଁଛନ୍ତି, ତେବେ ଯୋଗାଯୋଗ କରନ୍ତୁ, ଆଉ ଭେଟନ୍ତୁ ମୋରଡ଼ାର ବାସିନ୍ଦା ଏବଂ ଇଣ୍ଡିଆନ ପାରାମିଲିଟାରୀ ଫୋର୍ସରେ ଚାକିରୀ କରୁଥିବା ଜନୈକ ଯବାନଙ୍କୁ । ଯବାନ ଜଣକ ବେକାର ଯୁବକମାନଙ୍କୁ ଚାକିରୀ କରାଇଦେବାର ପ୍ରଲୋଭନ ଦେଇ ଠକିବା ସହ ଲୁଟୁଛନ୍ତି ମୋଟା ଅଙ୍କର ଅର୍ଥ । ଚାକିରୀ ପାଇ ବେକାର ଜୀବନରୁ ମୁକ୍ତି ପାଇବା ଆଶାରେ କିଏ ଜମିବନ୍ଧା ପକାଇ ତ ପୁଣି କିଏ ଗୋରୁଛେଳି ବିକ୍ରି କରି ଟଙ୍କା ଦେଇ ଠକିବା ପରେ ଏବେ କାନ୍ଦିବା ସାର ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଶୃଙ୍ଖଳିତ ଭାବେ କର୍ତ୍ତବ୍ୟ ପାଳନ କରି ଦେଶମାତୃକାର ସେବା କରିବାର ଶପଥ ନେଇ ଚାକିରୀ କରାଇ ଦେବାର ଭରସା ଦେଇ ବେକାର ଯୁବକମାନଙ୍କ ଠାରୁ ମୋଟାଅଙ୍କର ଟଙ୍କା ଠକିନେଇ ଚାକିରୀ କରାଇଦେବାରେ ବିଫଳ ହୋଇ ଟଙ୍କା ଫେରାଇବା ଭୟରେ ଲୁଚିଛପି ବୁଲୁଥିବା ଅଭିଯୋଗ ହେଉଛି । ତେବେ ବର୍ଷାଧିକ ସମୟ ଧରି ଚାକିରୀ ଅପେକ୍ଷା କରି ଠକାମୀର ଶିକାର ହୋଇଥିବା ହତାଶ ଯୁବକମାନେ ଅଭିଯୋଗ କରିଛନ୍ତି ।
ଆଶ୍ୱସନା ଦେଇ କେତେବେଳେ କୁହନ୍ତି ୩କୋଟି ଟଙ୍କାରେ ଡିଲ ହୋଇଛି ‘ବଜ୍ରକାପ୍ତା’ ଟା ବିକ୍ରି ହୋଇଗଲେ ସମସ୍ତଙ୍କର ଟଙ୍କା ଫେରାଇଦେବି । ପୁଣି କେତେବେଳେ କୁହନ୍ତି ‘ହନୁମାନ’ ପଇସା ଟା ବିକ୍ରି ହୋଇଗଲେ ସବୁ ଟଙ୍କା ଫେରି ପାଇଯିବ, ଏତେଦିନ ଅପେକ୍ଷା କରିଛ ଆଉ ଅଳ୍ପଦିନ ଧର୍ଯ୍ୟଧର । ତେବେ ବଜ୍ରକାପ୍ତା ଏକ ବିରଳ ବନ୍ୟପ୍ରାଣୀ ହୋଇଥିଲା ବେଳେ ଠକ ଯବାନ ଏ ବ୍ୟବସାୟରେ ମଧ୍ୟ ସଂପୃକ୍ତ ରହିଥିବା ନେଇ ମଧ୍ୟସ୍ଥ ଭୀମ ମୁଖି କହିଥିଲେ । ସେପଟେ ଅପେକ୍ଷା କରି ଧର୍ଯ୍ୟର ସୀମା ଭାଙ୍ଗିବା ପରେ ଆଇନର ଆଶ୍ରୟ ନେଇ ପୋଲିସର ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ହତାଶ ଯୁବକମାନେ ।
ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମୋରଡ଼ାରେ । ଚାକିରୀ କରାଇ ଦେବା ନାମରେ ଠକୁଥିବା ଠକ ଜଣକ ହେଉଛନ୍ତି ମୋରଡ଼ାର ବାସିନ୍ଦା ଶିଵ ସିଂ ଙ୍କ ପୁଅ ଗଙ୍ଗାଧର ସିଂ ଔରଫ ଗଗନ କୁମାର ସିଂ । ବର୍ତ୍ତମାନ ଇଣ୍ଡିଆନ ପାରାମିଲିଟାରୀ ଫୋର୍ସରେ ଜଣେ ଯବାନ ଭାବେ ଜାମ୍ମୁକାଶ୍ମୀରରେ କାର୍ଯ୍ୟରତ ରହିଥିବା ତାଙ୍କର ଫେସବୁକ ଆଇଡିରୁ ଜଣାପଡ଼ିଛି । ଆଊ ତାଙ୍କର ପୈତୃକ ଘର ମୋରଡ଼ା । ତେବେ ମୋରଡ଼ା, ରାସଗୋବିନ୍ଦପୁର ଥାନା ସମେତ ବିଭିନ୍ନ ଅଞ୍ଚଳର ବେକାର ଯୁବକମାନଙ୍କ ଠାରୁ ଚାକିରୀ କରାଇଦେବାର ନିର୍ଭର ପ୍ରତିଶ୍ରୁତି ଦେଇ ଲୁଟିଛନ୍ତି ଟଙ୍କା । ଏମିତି କି ବିଭାଗୀୟ ଅଧିକାରୀ ମାନଙ୍କୁ ହାତରେ ରଖିଛନ୍ତି, ରିଟିନ ଟେଷ୍ଟ ପୂର୍ବରୁ ପ୍ରଶ୍ନପତ୍ର ଆଣି ପ୍ରସ୍ତୁତ ପାଇଁ ଯୋଗାଇ ଦେବା, ଭାୟା ବା,ଡାକ୍ତରୀ ଟେଷ୍ଟରେ ପାସ କରାଇ ଦେବାକଥା କହିଥାନ୍ତି ଭଣ୍ଡ ଯବାନ ଗଗନ । ଚାକିରୀ ପାଇଁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଦାବି କରନ୍ତି ବୋଲି କହିଛନ୍ତି ଠକାମୀର ଶିକାର ହୋଇଥିବା ହତାଶ ଯୁବକମାନେ । ଚାକିରୀ ନପାଇ ହତାଶ ଯୁବକ ମାନେ ପରିବାର ସହ ଅଶାନ୍ତି ସାଙ୍ଗକୁ ଦୁଃଖ କଷ୍ଟରେ ସମୟ କାଟୁଥିବା ବେଳେ ପୋଲିସ ସହାୟତା ମାଗି ଠକ ଯବାନ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଗକୁ ଅନ୍ୟମାନଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବାକୁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking