17.1 C
Bhubaneswar
Monday, November 18, 2024
Homeଅପରାଧପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ଜାଳିଲା ସ୍ୱାମୀ

ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ଜାଳିଲା ସ୍ୱାମୀ

ଯାଜପୁର : ଯାଜପୁର ରୋଡ଼ ଠାରେ ନିୟୁ ମାର୍କେଟରେ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗି ସ୍ୱାମୀ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ସ୍ଥାନୀୟ ଗାନ୍ଧିଛକ ପାଖରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ଅନ୍ୟ ଏକ ମହିଳାଙ୍କ ସହିତ ସମ୍ପର୍କ ଥିଲା । ଏହି ଖବର ସ୍ତ୍ରୀ ଜାଣିଲା ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ସ୍ୱାମୀ ନିଜର ନିୟନ୍ତ୍ରଣ ହରାଇ ସ୍ତ୍ରୀଙ୍କୁ ମାଡ଼ ଦେବା ସହ କିରୋସିନି ଢାଳି ସ୍ତ୍ରୀଦେହରେ ନିଆଁ ଲଗାଇଦେଇଥିଲେ । ଫଳରେ ତାଙ୍କ ସ୍ତ୍ରୀ ପ୍ରାୟ ୮୦ ଭାଗ ପୋଡ଼ିଯାଇ ସ୍ଥାନୀୟ ଡାକ୍ତରଖାନାରୁ ପୁଣି କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ବହୁ ସମୟରେ ସ୍ୱାମୀଙ୍କର ଏହି ପରକ୍ରୀୟା ପ୍ରୀତି ପାଇଁ ସ୍ତ୍ରୀ-ସ୍ୱାମୀ ଉଭୟ ଙ୍କ ମଧ୍ୟରେ ଝଗଡ଼ା ହୁଏ । ସ୍ତ୍ରୀ ବହୁ ସମୟରେ ନିଜ ବାପଘରକୁ ମଧ୍ୟ ଚାଲିଯାଆନ୍ତି । ସ୍ୱାମୀଙ୍କ ସ୍ତ୍ରୀ ସବୁବେଳେ ବାରଣ କରୁଥିବା କାରଣରୁ ଗତକାଲି ଏ ଅଘଟଣ ଘଟିଛି । ଯଦିଓ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ପୁଲିସ ନିଜ ତରଫରୁ ଏହାର ତଦନ୍ତ ଭାର ନେଇଛି ବୋଲି ଜଣାପଡ଼ିଛି ।
https://onakhabar.com/2020/02/29/noida-man-held-for-molesting-wifes-friend-at-his-house/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking