ବଲାଙ୍ଗିର,- ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଆଞ୍ଚଳିକ ସାଧନ କେନ୍ଦ୍ରର ବାର୍ଷିକ କ୍ରୀଡା ସମାରୋହ ସାଧନକର୍ମୀ ସଦାନନ୍ଦ ଭୁଏଙ୍କ ଅଧ୍ୟକ୍ଷତାରେ ମୁରସୁଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ କ୍ରୀଡା ସମାରୋହର ପ୍ରାରମ୍ଭରେ ମୁରସୁଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ସମସ୍ତ ପ୍ରତିଯୋଗୀ ୩୦୦ ଛାତ୍ରଛାତ୍ରୀ ଏବଂ କ୍ଲଷ୍ଠର ଅନ୍ତର୍ଗତ ୩୦ ଜଣ ଶିକ୍ଷକ , ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଭ୍ୟ, ସଭ୍ୟା ବିଶାଳ ମଶାଲ ଶୋଭାଯାତ୍ରାରେ ମୁରସୁଣ୍ଡ ଗ୍ରାମ ପରିକ୍ରମା କରି ଖେଳ ପଡିଆରେ ମଶାଲ ସ୍ଥାପନ କରିଥିଲେ । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଆଗଲପୁର ବ୍ଲକ ପୂର୍ବତନ ଏସ୍.ଆଇ. ତଥା ଶିକ୍ଷକ ନେତା ତଥା ବଲାଙ୍ଗିର ବ୍ଲକର ପୂର୍ବତନ ବିଆରସିସି ଶ୍ୟାମ ସୁନ୍ଦର ଦାଶ ମୁଖ୍ୟ ଅତିଥି, ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ହରେକୃଷ୍ଣ ରଥ ମୁଖ୍ୟବକ୍ତା, କୁଟାସିଂହା କ୍ଲଷ୍ଟରର ସିଆରସିସି ସୁଶାନ୍ତ କୁମାର ନନ୍ଦ, ବକ୍ଟୀ କ୍ଲଷ୍ଟର ସିଆରସିସି ଜ୍ୟୋତିର୍ମୟ ମିଶ୍ର, ପୂର୍ବତନ ସିଆରସିସି ଦୁର୍ଯ୍ୟୋଧନ ପଶାୟତ, ମୁରମୁଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ସାଲେଭଟା କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ୧୫୦ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସାଲେଭଟା କ୍ଲଷ୍ଟର ଅନ୍ତର୍ଗତ ସାଲେଭଟା ପ୍ରାଥମିକ ବିଦ୍ୟାଳୟ, ନେହେରୁ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଟିକ୍ରା ପ୍ରାଥମିକ ବିଦ୍ୟାଳୟ, କେପିଏମ୍ଏମ୍ ବାଳିକା ଉଚ୍ଚ ବିଦ୍ୟାଳୟ, ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦାନୀ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଫାମାଲ ପ୍ରାଥମିକ ବିଦ୍ୟାଳୟ, ମୁରମୁଣ୍ଡ ପ୍ରାଥମିକ ବିଦ୍ୟାଳୟ ଏବଂ ମୁରମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ୧୭ ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ମେଡାଲ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଭିକ୍ଟରି ଷ୍ଟାଣ୍ଡ ରେ ସମ୍ମାନିତ କରାଯାଇଥିଲା । । ବାର୍ଷିକ କ୍ରୀଡା ସମାରୋହ ବିଦ୍ୟାର୍ଥୀଙ୍କ ଶାରୀରିକ, ବୌଦ୍ଧିକ ତଥା ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ ପାଇଥିଲା । କ୍ଲଷ୍ଟର ଅନ୍ତର୍ଗତ ଶିକ୍ଷକ / ଶିକ୍ଷୟତ୍ରୀ ଦଶରଥ ପଟେଲ, ନେତ୍ରାନନ୍ଦ ସାହୁ, ଗୋବିନ୍ଦ ସାହୁ, ସୁଧାଂଶୁ ଶେଖବ ସାହୁ, ସନ୍ତୋଷ କୁମାର ପାଇକଚନ୍ଦନ, ସଂଗୀତା ସାହୁ, ନିର୍ମଳ ବାଗ, ଧରିତ୍ରୀ ସାହୁ ଅଳକା ପଣ୍ଡା, ସୁଜାତା ବେହେରା, କମଳିନୀ ସାହୁ, ନମିତା ଦ୍ୱାରୀ, ମୁରାରୀଧର ବାବୁ, ବିଜୟ କୁମାର ନାଏକ, ପିଙ୍କି , ସ୍ୱେଚ୍ଚସେବୀ କେଶବ ପଧାନ, ଖେଳ ଶିକ୍ଷକ ସରୋଜ ପଧାନ, ବିଶ୍ୱାମିତ୍ର ସାହୁ, ଦେବେନ୍ଦ୍ର ବେହେରା, ଚିନ୍ତାମଣି ସାଏ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ । ବାର୍ଷିକ କ୍ରୀଡାର ଉଦ୍ଘାଟନୀ ସଭାକୁ ଦୁର୍ଯ୍ୟୋଧନ ପଶାୟତ ସଂଯୋଜନା କରିଥିଲେ ଏବଂ ଶିକ୍ଷୟିତ୍ରୀ ଜାହ୍ନବୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ସମାରୋହର ସମାପ୍ତିରେ ପତାକା ଅବତରତା ତଥା ମଶାଲ ନିର୍ବାପନ କରାଯାଇ କ୍ରୀଡା ପତାକାକୁ ସାଧନ କେନ୍ଦ୍ର ସଂଯୋଜକ ସଦାନନ୍ଦ ଭୁଏଙ୍କୁ ଅର୍ପଣ କରାଯାଇଥିଲା ।