34.1 C
Bhubaneswar
Thursday, April 25, 2024
Homeଓଡିଶାଯୁବକଙ୍କ ସମାଜ ସେବା ନିଶା

ଯୁବକଙ୍କ ସମାଜ ସେବା ନିଶା

ଯାଜପୁର – ସମାଜ ସେବା ପାଇଁ ଅନେକ ଯୁବକ ଆଗେଇ ଆସୁଛନ୍ତି । ଏହି ସେବା ପାଇଁ ଅଧିକାଂଶ ଯୁବକଜ ସ୍ୱାର୍ଥ ଓ ଜୀବିକା ନିର୍ବାହ କରିବା ପାଇଁ ଦେଖିବାକୁ ମିଳୁଛି । କିନ୍ତୁ ବରି ବ୍ଲକ୍ ଯଁପଡା ଗ୍ରାମର ତପନ ଦାସଙ୍କ, ବ୍ୟତିକ୍ରମ ତପନ ଜନ ସେବାକୁ ପେଶା ନକରି ସମାଜ ସେବା କରିବା ପାଇଁ ଶପତ କରିଛନ୍ତି ତପନ ବି.ଏ ପାସ କରିବା ପରେ ଚାକିରି ପଛରେ ନଗୋଡାଇ ନିଜେ ଆତ୍ମ ସ୍ୱାବଲମ୍ବୀ ହେବା ସଂଗେ ସମାଜ ସେବାର ଅଧିକାଂଶ ସମୟ ବିତାଉଛନ୍ତି । ସେ ସରକାରଙ୍କର ସ୍କିଲ୍ ଆଇକନ୍ ଯୋଜନାରେ ତାଲିମ୍ ନେଇ ଏବେ ଧୁପକାଠି ତିଆରି କରି ବିକ୍ରି କରୁଛନ୍ତି । ତା ସଂଗେ ସମାଜର ନିଶ୍ୱ ଦରିଦ୍ର ମାନଙ୍କର ସେବାରେ ମନୋବୃତି କରିବା ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷ ରୋପଣ ବିଭିନ୍ନ ସ୍ଥାନରେ କରୁଛନ୍ତି ।

ବି.ଏ ପାସ କଲାପରେ ନାନ ବାଧା ବିଘ୍ନକୁ ଖାତିର ନକରି ଧୁପକାଠି ତିଆରି କରିବା ଓ ବିକିବା କାର୍ଯ୍ୟ କରୁଛନ୍ତି । ଏଥରପାଇଁ ରାଜ୍ୟ ସ୍ତରୀୟ ସ୍କିଲ୍ ଆଇକନରେ ତାଙ୍କୁ ପୁରସ୍କୃତ କରିଛି । ଏବେ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକୁ ଧୁପକାଠି ନିର୍ମାଣ ପାଇଁ ମେସିନ୍ ଓ ତିଆରି ବ୍ୟବହୃତ କଂଚା ମାଲ୍ ଯୋଗାଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଶଶକ୍ତି କରଣ କରୁଛନ୍ତି । ମହିଳା ଶଶକ୍ତି କରଣ ପାଇଁ ଏସ.ଏଚ.ଜି ଗୃପ୍ ଗଠନ କରୁଛନ୍ତି । ତାଙ୍କ ବାପା ମାଙ୍କ ନାମରେ ମନ କନକ ସେବା ସମିତି ଗଠନ କରୁି ସମାଜ ସେବା କାର୍ଯ୍ୟ କରୁଛନ୍ତି । ଓଡିଶା ସମେତ ପଡୋଶୀ ରାଜ୍ୟ ଝାଡଖଣ୍ଡ ରାଂଚିରେ ଧୁପକାଠି ପ୍ରଦର୍ଶନ କରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଲୋକ, ଭିନ୍ନକ୍ଷମ ଓ ଦୁସ୍ତ ଗରିବ ମାନଙ୍କୁ ସେବା କରିବା ଆପଣେଇ ନେଇଛନ୍ତି । ସେ କହନ୍ତି ମୋ ବାପଇ ମାଙ୍କ ପ୍ରେରଣାରେ ନିଜେ ସ୍ୱବଲମ୍ବି ହେବା ସଂଗେ ଜନସେବା କରିବା ବ୍ରତ ନେଇ ଶିକ୍ଷିତ ଯୁବକ ମାନେ ଚାକିରି ପଛେ ନଗୋଡେଇ ସରକାରଙ୍କ ବିଭିନ୍ନ ଯୋଜନାରେ ଆତ୍ମ ନିର୍ଭର ଶୀଳ ହେବା ସଂଗେ ଜନ ସେବା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଭଗବାନ ମଣିଷକୁ ସବୁ ଗୁଣ ଦେଇଛନ୍ତି ସେମାନଙ୍କର ଲୋକାୟିତ ପ୍ରତିଭାକୁ ସଦ୍ଉଯୋଗ କରିବା ପାଇଁ ଯୁବ ସମାଜକୁ ଦିଗ ଦର୍ଶନ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking