29.4 C
Bhubaneswar
Saturday, May 4, 2024
Homeଅପରାଧସ୍ୱାମୀର ନୃଶଂସ କାର୍ଯ୍ୟ, ପାରିବାରିକ କଳହରୁ ଚାଲିଗଲା ଜୀବନ

ସ୍ୱାମୀର ନୃଶଂସ କାର୍ଯ୍ୟ, ପାରିବାରିକ କଳହରୁ ଚାଲିଗଲା ଜୀବନ

ମୟୁରଭଞ୍ଜ: ନୃଶଂସ ସାଜିଲା ସ୍ୱାମୀ । ଅତି ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଏଭଳି ଘଟଣା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ପଞ୍ଚାୟତ ଅନ୍ତର୍ଗତ ବାଢ଼ୁଣିଆ ଗାଁ ର କଲୋନିସାହିରେ ଦେଖିବାକୁ ମିଳିଛି। ପାରିବାରିକ କଳହରୁ ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ ।
ସୂଚନା ଅନୁସାରେ ମାଇନ ମାହାଲି ( ୪୫) ଓ ଗୋରା ମାହାଲି ( ୫ ୫) ଉଭୟ ସ୍ଵାମୀ-ସ୍ତ୍ରୀ ବାଢୁଣିଆ ଗାଁର କଲୋନିସାହିର ଏକ ଭଙ୍ଗା ପରିତ୍ୟକ୍ତ ଘରେ ଅତି ଦୟନିୟ ଅବସ୍ଥାରେ ରହୁଥଲେ । ନିଜସ୍ଵ ଗୃହ ନଥୁବା, ଓ ନିଜର ଚଳଣି ପାଇଁ ଆର୍ଥିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥୁଲା ଜ୍ଝ ସବୁଦିନ ପରି ମଙ୍ଗଳବାର ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହେଇଥିଲା। ଏଥିରେ ଗୋରା ମହାଳି ଉତ୍ୟକ୍ତ ହେଇ ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହି ମାଈନଙ୍କ ମୃତ୍ୟୁ ଘଟିଥିଲା। ବୁଧୁବାର ସଖାଳୁ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବିଶୋଇ ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠେଇ ଦେଇଛି। ଅଭିଯୁକ୍ତ ଗୋରା ମାହାଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ତେବେ ବିଶୋଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲେଇଛି ।
https://onakhabar.com/2020/02/13/vigilance-rade-kalahandi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking