ମୋ ସରକାରରେ ସାମିଲ ହେଲା ପଂଚାୟତରାଜ ଓ ପାନୀୟ ଜଳ ବିଭାଗ

ଭୁବନେଶ୍ୱର : ମୋ ସରକାରରେ ସାମିଲ ହେଲା ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ! ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସାମିଲ ହେଲା ବିଭାଗ ! କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ପ୍ରମୁଖ ବିଭାଗୀୟ ସଚିବ ଡି କେ ସିଂ ପ୍ରମୁଖ ଉପସ୍ଥିତ ! ରାଜ୍ୟର 314 ବ୍ଲକ ଏବଂ 30 ଡିଆରଡିଏରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ! 2024 ସୁଦ୍ଧା ପ୍ରତେକ ପରିବାରକୁ ପକ୍କାଘର ଓ ପାନୀୟ ଜଳ ଯୋଗାଣ ଲକ୍ଷ ! ଏମଜି ଏନଆରଇଜିଏସ ମାଧ୍ୟମରେ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରାଯିବା ଯୋଗୁ ଦାଦନ ସଂଖ୍ୟା କମେଇବା ପାଈଁ ବିଭାଗ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସୂଚନା ! ଏହାଛଡା ବିଭାଗ  ଗ୍ରାମାଞ୍ଚଳରେ  ଗୋଷ୍ଠୀ କେନ୍ଦ୍ର, ବିଦ୍ୟାଳୟ ମାନଙ୍କରେ ଖେଳ ପଡିଆ, ଗାଧୁଆ ତୁଠ ଆଦି ନିର୍ମାଣ କରୁଛି ! ପଂଚାୟତରାଜ ବିଭାଗ ମୋ ସରକାର ଅଧୀନକୁ  ଆସିବା ପରେ ଅଧିକ ନିଷ୍ଠା ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି !