ହରିୟାନା : ସ୍ୱାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ ରେ ନିଆଁ ଲଗେଇଲା ସନ୍ଦେହ । ଏଭଳି ଘଟଣା ଘଟିଛି ହରିୟାନା ସହର ର ଗୁରୁଗ୍ରାମ ଠାରେ। ଏହି ଘଟଣା ଶନିବାର ରାତି ସେକଟର ୯୩ ରେ ଘଟିଛି । ପୋଲିସ ସୂଚନା ଅନୁସାରେ ସୁନୀଲ ଗୋଧାରାଙ୍କୁ ତାଙ୍କ ପତ୍ନୀ ମୁନେଶଙ୍କର କଦାରପୁର ଗାଁ ର ଏକ ବ୍ୟକ୍ତି ସହ ସମ୍ପର୍କ ଥିବା ସନ୍ଦେହ କରୁଥିଲେ । ମୁନେଶ ଭିଡିଓ କଲ ମାଧ୍ୟମ ରେ ନିଜ ଭଉଣୀ ସହ କଥା ହେଉଥିବା ବେଳେ ସ୍ୱାମୀ ସୁନୀଲ ତାଙ୍କ ଛାତି ରେ ଦୁଇଟି ଗୁଳି କରିଥିଲେ ।ଘଟଣା ସ୍ଥଳ ରେ ହିଁ ମୁନୀଶ ଙ୍କର ମୃତ୍ୟୁ ହୋଇଥିଲା ।
୨୦୦୧ ରେ ମୁନୀଶ ବିବାହ କରିଥିବା ବେଳେ ୨୦୧୩ ରେ ନିଜ ସାଙ୍ଗଙ୍କ ସହଯୋଗରେ ସେ ବିଜେପି ମହିଳା ଶାଖାରେ କାମ କରୁଥିଲେ । ପାର୍ଟି କାମରେ ବାହାରକୁ ଯାଉଥିବାରୁ ସ୍ୱାମୀ ସବୁ ବେଳେ ବିରୋଧ କରୁଥିଲେ ।ସ୍ୱାମୀ ଗୋଧାରା ଜଣେ ସୈନିକ ଥିବା ସହ ଏକ ଘୋରାଇ ସଂସ୍ଥାରେ କାର୍ୟ୍ୟ ରତ ଥିଲେ ।ନିଜର ଲାଇସେନ୍ସ ପ୍ରାପ୍ତ ରିଭରବଲ ରେ ହିଁ ସ୍ତ୍ରୀଙ୍କୁ ଗୁଳି କରି ମାରିଥିବା ପୋଷ୍ଟବଟମ ରିପୋର୍ଟ ରୁ ଜଣାପଡିଛି । ପୋଲିସ ଶବ ବ୍ୟବେଛଦ ପାଇଁ ପରିବାରକୁ ହସ୍ତାନ୍ତର କରି ଅଭିଯୁକ୍ତ କୁ ଗିରଫ କରିଛି।