26.1 C
Bhubaneswar
Tuesday, November 19, 2024
Homeଅପରାଧଯାଜପୁର :ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା ରେ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ ପାଇଁ...

ଯାଜପୁର :ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା ରେ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ ପାଇଁ ମାନବାଧିକାର କମିସନଙ୍କ ନିର୍ଦେଶ

ଭୁବନେଶ୍ୱର: ଦିନ କୁ ଦିନ ଦୁଷ୍କର୍ମ ବଢି ଚାଲି ଥିବା ବେଳେ ଏବେ ସମସ୍ତଙ୍କ ଆଖି ଦଣ୍ଡ ବିଧାନ ଉପରେ । ଯାଜପୁର ଜିଲ୍ଲାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ରାଜ୍ୟ ମାନବାଧିକାର କମିସନ ପୀଡ଼ିତାଙ୍କୁ କ୍ଷତିପୂରଣ ସହ ସୁରକ୍ଷା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କ ବାସଭବନରେ ଏହି ଘଟଣା ଘଟି ଥିବାରୁ ତଦନ୍ତରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କମିସନ୍ କହିଥିବା ବେଳେ ଆସନ୍ତା ୭ଦିନ ଭିତରେ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବା ପାଇଁ ଯାଜପୁର ଜିଲ୍ଲା ଏସ୍‌ପିଙ୍କୁ କମିସନ୍ ନିର୍ଦେଶ ଦେଇଛନ୍ତି।
ଗତ ୧୫ ତାରିଖରେ ପୀଡ଼ିତାଙ୍କ ପରିବାରଲୋକଙ୍କ ପକ୍ଷରୁ ଧର୍ମଶାଳା ଥାନା‌ରେ ଏତଲା ଦିଆଯାଇଥିଲା। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ବାରମ୍ବାର ଧମକ ଦିଆଯାଉଥିଲେ ହେଁ ପୁଲିସ ତାଙ୍କୁ ଧରିବାରେ ବିଫଳ ହୋଇଛି। ଗତ ୧୮ ତାରିଖ ଦିନ ଅପହରଣକାରୀ ପୀଡ଼ିତାଙ୍କ ପରିବାରଲୋକଙ୍କୁ ଫୋନ୍ କରି କଟକରୁ ତାଙ୍କ ଝିଅଙ୍କୁ ନେଇ ଯିବାକୁ କହିଥିଲେ। ପରିବାରଲୋକ କଟକ ଯାଇଥିଲେ ହେଁ ପୁଲିସ ସେମାନଙ୍କୁ ସାହାଯ୍ୟ କରି ନ ଥିଲା। ପରବର୍ତୀ ସମୟରେ ଯାଜପୁର ଜିଲ୍ଲା ବାରବାଟୀ ନିକଟରୁ ପୀଡ଼ିତାଙ୍କୁ ପରିବାରଲୋକ ଉଦ୍ଧାର କରିଥିଲେ। ପୁଲିସ ପୀଡ଼ିତାଙ୍କୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିବା ବେଳେ ସିଆରପିସି ଧାରା ୧୬୪ରେ ବୟାନ ରେକର୍ଡ କରିଥିଲା। ବୟାନ ରେକର୍ଡ ପୂର୍ବରୁ ଜଣେ ମହିଳା କନେଷ୍ଟବଳ ପୀଡ଼ିତାଙ୍କ ଉପରେ ପ୍ରବଳ ଚାପ ପକାଇଥିବା ଅଭିଯୋଗ ହୋଇଛି। ଏହାସହ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ସତ୍ୟ ନାରାୟଣ ସାମଲ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ତେଣୁ ଏହି ଘଟଣାରେ ତଦନ୍ତରେ କ’ଣ ଅଗ୍ରଗତି ହୋଇଛି, ସେ ସଂପର୍କରେ ଆସନ୍ତା ୭ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିସନ୍ ନିର୍ଦେଶ ଦେଇଛନ୍ତି। ଏହାସହ ଯାଜପୁର ଜିଲ୍ଲାପାଳ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମଧ୍ୟ କମିସନ କହିଛନ୍ତି। ଅପରପକ୍ଷରେ ପୀଡ଼ିତାଜଣକ ଦଶମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ଜଣେ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରିବା ପାଇଁ କମିସନ ଯାଜପୁର ଜିଲ୍ଲା ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking