ଭୁବନେଶ୍ୱର: ଉଦଘାଟନ ହୋଇଛି ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ଯନ୍ତ୍ର । ଏପରି ଘଟଣା ଇତିହାସର ପ୍ରଥମ । ପୂର୍ବତଟ ରେଳପଥ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ।
ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ଇ-ୱେଷ୍ଟ (ପ୍ରଯୁକ୍ତି ବର୍ଜ୍ୟବସ୍ତୁ) ଗୁଡିକ ହାଲୁକା ଡିଜେଲ ତେଲରେ ରୂପାନ୍ତରିତ ହେବ । ଯାହାକି ହାଲୁକା ଜାଳେଣି ପାଇଁ ବ୍ୟବହୃତ ହୋଇପାରିବ ଓ ରେଲୱେ ବୋର୍ଡ ରୋଲିଙ୍ଗ ସ୍ଟକ ସଦସ୍ୟ ଶ୍ରୀ ରାଜେଶ ଅଗ୍ରୱାଲଙ୍କ ଦ୍ୱାରା ପୂର୍ବତଟ ରେଳପଥର ମହାପ୍ରବନ୍ଧଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଉଦଘାଟିତ ହୋଇଛି । ଏଣିକି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ଦ୍ୱାରା ପରିବେଶରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ଭୟରୁ ମୁକ୍ତି ମିଳିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।
ପୂର୍ବତଟ ରେଳପଥ, ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ।
https://onakhabar.com/2020/01/23/husbandwife-2/