ଧାନ ଟ୍ରକକୁ ୫୮ ହଜାର ଫାଇନ

ଭଦ୍ରକ: ଧାନ ବୋଝେଇ ଟ୍ରକ ଉପରେ ୫୮ ହଜାର ଟଙ୍କା ଫାଇନ ପଡିଛି । ସମ୍ବଲପୁର ଯାଉଥିବା ଟ୍ରକକୁ ଜରିମାନା କଲା ପରିବହନ ବିଭାଗ । ପରମିଟ ନଥିବା, ପଲ୍ୟୁସନ ସାର୍ଟିଫିକେଟ ନଥିବା ନେଇ ଜରିମାନା ହୋଇଛି । ଟ୍ରକ ଓଭରଲୋଡିଂ ଥିବା ଓ ଡ୍ରାଇଭରଙ୍କ ଡିଏଲ ନଥିବାରୁ ଫାଇନ ପଡିଛି । ମୋଟ ୫୮ ହଜାର ଟଙ୍କା ପରିବହନ ବିଭାଗ ଚାଲାଣ କାଟିଥିବା ଜଣାପଡିଛି । ଜରିମାନା ତତ୍କାଳ ଦେଇନପାରିବାରୁ ଟ୍ରକକୁ ତିହିଡି ଥାନାରେ ଜିମା ଦେଇଥିବା ଜଣାପଡିଛି । ପରିବହନ ବିଭାଗ ଟ୍ରାଫିକ ନିୟମକୁ ଯେତେ କଡାକଡି କଲେ ମଧ୍ୟ କେହି ମାନିବାକୁ ନାରାଜ ।
ତିହିଡ଼ି ଅଞ୍ଚଳରୁ ଏକ ଧାନ ବୋଝେଇ ଟ୍ରକକୁ  ଯାଞ୍ଚ ପାଇଁ ଅଟକାଇଥିଲା ଭଦ୍ରକ ପରିବହନ ବିଭାଗ । ଏହାପରେ ଉକ୍ତ ଟ୍ରକର ପରମିଟ୍ ଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍ ପର୍ଯ୍ୟନ୍ତ ଅଧିକାଂଶ ଦସ୍ତାବିଜ ନ ଥିବାରୁ ଏତେ ବଡ଼ ଅଙ୍କର ଜରିମାନା ଲଗାଇଛି  ଭଦ୍ରକ ପରିବହନ ବିଭାଗ ।

https://onakhabar.com/2020/01/23/cm-announcement/