କୋରାପୁଟ : ବୋରିଗୁମ୍ମା ବ୍ଲକ୍ ବିସଂହପୁର ଥାନା ବାଲିପୁଜାରୀପୁଟ ଗ୍ରାମ ନିକଟରେ ଶୁକ୍ରବାର ରାତିରେ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାର ପ୍ରତିବାଦରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ରାଣିଗଡ଼-ବୋରିଗୁମ୍ମା ରାସ୍ତା ଅବରୋଧ କରିଛନ୍ତି । ମୃତକମାନେ ହେଲେ ବିସିଂହପୁର ଥାନା ମେର୍ଦ୍ଦାମାଳିଗାଁର ଗୌର ନାୟକ(୩୫) ଓ ସହଦେବ ମାଛ(୧୮) ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ମୃତ ଗୌର ଓ ସହଦେବ ଏକ ମୋଟରସାଇକଲରେ ରାଣିଗଡ଼ରୁ ବୋରିଗୁମ୍ମା ଯାଉଥିବାବେଳେ ବାଲିପୁଜାରୀପୁଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଗୌର ଓ ସହଦେବ ପ୍ରାଣ ହରାଇଥିଲେ । ବିସିଂହପୁର ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଗ୍ରାମବାସୀ ରାଣିଗଡ଼-ବୋରିଗୁମ୍ମା ରାସ୍ତା ଅବରୋଧ କରି ରଖିଛନ୍ତି ।