ସମ୍ବଲପୁର : ସମ୍ବଲପୁର ସହରରେ ଅପମିଶ୍ରିତ ନିଶା ଔଷଧ କାରବାର ଚଳାଇଥିବା ଅଭିଯୋଗରେ ଧନୁପାଲି ଥାନା ପୁଲିସ ଟାଉନ ଥାନାରେ କାର୍ଯ୍ୟରତ ହୋମଗାର୍ଡ ସୁରେନ୍ଦ୍ର କୁମାର ଜାଉରିଆ ଏବଂ ତାଙ୍କ ସହଯୋଗୀ ଜିଲ୍ଲା ସଦର ଡାକ୍ତରଖାନା କ୍ୟାମ୍ପସରେ ରହୁଥିବା ସୋନୁ ବେହେରା (୨୮)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୁଲିସ ସୋନୁଙ୍କ ପାଖରୁ ୧୦୦ ଏମଏଲର ୨୫ କଫସିରପ୍, ନଗଦ ୨୫ ଶହ ଟଙ୍କା, ଗୋଟିଏ ମୋବାଇଲ ଏବଂ ସୁରେନ୍ଦ୍ରଙ୍କ ନୂଆ ପଲସର ବାଇକ ଜବତ କରିଛି ।
ଧନୁପାଲି ଥାନା ଆଇଆଇସି କମଲ ପଣ୍ଡାଙ୍କ ସୂଚନା ଅନୁଯାୟୀ, ୯ ତାରିଖ ରାତିରେ ପାଟ୍ରୋଲିଂ ସମୟରେ ପୁଲିସ କର୍ମଚାରୀମାନେ ସୋନୁଙ୍କୁ ଧନୁପାଲି ଗୋପାଲଜୀ ମନ୍ଦିର ପାଖରେ ଏକ ବ୍ୟାଗ ଧରି ବାଇକ ସହ ଛିଡ଼ା ହୋଇଥିବା ପଚରାଉଚୁରା କରିଥିଲେ । ସନ୍ଦେହରେ ପୁଲିସ ସେମାନଙ୍କ ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ଉପରୋକ୍ତ ନିଶା ସାମଗ୍ରୀ ରହିଥିଲା । ବାଇକଟି ସୁରେନ୍ଦ୍ରର ହୋଇଥିବା ବେଳେ ସେମାନେ ଦୁହେଁ ମିଶି ନିଶା କାରବାର ଚଳାଇଥିବା ସୋନପୁର ପୁଲିସକୁ ସୂଚନା ଦେଇଥିଲେ । ଏହାପରେ ପୁଲିସ ସୁରେନ୍ଦ୍ରଙ୍କୁ ପଚରାଉଚୁରା କରିବାରୁ ଉଭୟେ ମିଶି ନିଶା କାରବାର ଚଳାଇଥିବା ଜଣାପଡ଼ିଥିଲା । ଫଳରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା ।