ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ତାଙ୍କର ନିତି ଆଦର୍ଶ ,କାର୍ଯ୍ୟଧାରା ଓ ବାଣୀ ସର୍ବବିଦିତ । ଅନୁସାଶନକୁ ସେ ବହୁ ଗୁରୁତ୍ୱ ଦେଇଥାଆନ୍ତି । ବଦନାମକୁ ତାଙ୍କର ମନରେ ବେଶ ଭୟ ରହିଥାଏ । ନିଜକୁ ସବୁବେଳେ ସ୍ୱଚ୍ଛ ,ନିର୍ମଳ ଓ ଜନ ମାନସରେ ଭାବ ମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବାକୁ ସେ ଚାହୁଁଥିଲେ । ଅନ୍ୟମାନଙ୍କୁ ମଧ୍ୟ ଏଦିଗରେ ପରାମର୍ଶ ଦେଉଥିଲେ । ମଠ ପରିଚାଳନା ନେଇ ସ୍ୱାମୀ ରାମକୃଷ୍ଣ ନନ୍ଦଙ୍କୁ ୧୮୯୬ଏପ୍ରିଲ ୨୭ରେ ଏକ ଚିଠିଲେଖି କ’ଣ, କ’ଣ ନିୟମାବଳୀ ପାଳନ କରିବେ ତାହା ଜଣାଇଥିଲେ । ମଠରେ ଅନୁଶାସନ କିପରି ରହିବ ଓ କ’ଣ, କ’ଣ ନୀତି ନିୟମକୁ ପାଳନ କଲେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ହେବେ ସେ ବିଷୟରେ ଚିଠିରେ ଉଲ୍ଲେଖ କରିଥିଲେ । ଏଥିରେ ମହିଳା ମାନଙ୍କୁ ନେଇ ଯେପରି ମଠ ବଦନାମ ନ ହେବ ଓ କେହି କିଛି ଦୁର୍ବଳ ମୁହୁର୍ତ୍ତରେ ଆସି ଖରାପ କାମ ନ କରିବେ ସେଥିପାଇଁ ପରାମର୍ଶ ଦେଇଥିଲେ ।
ସ୍ୱାମିଜୀ ତାଙ୍କ ଚିଠିରେ କେତୋଟି ସାଧାରଣ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରିଛନ୍ତି ଯେ, କୌଣସି ସ୍ତ୍ରୀ ଲୋକ ଯଦି କୌଣସି ସନ୍ୟାସୀଙ୍କ ସହିତ ଦେଖା କରିବାକୁ ଆସନ୍ତି ତାହାହେଲେ ସାଧାରଣ ଗୃହରେ ଯାଇ କଥାବାର୍ତ୍ତା କରିବେ । କୌଣସି ସ୍ତ୍ରୀ ଲୋକ ଅନ୍ୟ କୌଣସି ଘରେ ପ୍ରବେଶ କରିପାରିବେ ନାହିଁ, କେବଳ ଠାକୁର ଘର ଛଡା ।
କୌଣସି ସନ୍ୟାସୀ ସ୍ତ୍ରୀ ଲୋକଙ୍କ ମଠରେ ଯାଇ ବାସ କରିପାରିବେ ନାହିଁ । ଯଦି ନଶୁଣନ୍ତି ମଠରୁ ଦୂର କରିଦେବ । ଦୁଷ୍ଟ ଗୋରୁ ଅପେକ୍ଷା ଶୂନ୍ୟ ଗୁହାଳ (ଭଲ) ।
ଦୁଃଶ୍ଚରିତ୍ର ଲୋକର ପୂରାପୂରି ପ୍ରବେଶ ନିଷେଧ । କୌଣସି ଆଳ କରି ସେମାନଙ୍କର ଛାଇ ଯେପରି ଆମ ଘରେ ନ ପଡେ । ଯଦି ତୁମ ମାନଙ୍କ ମଧ୍ୟରୁ କେହି ଦୁଃଶ୍ଚରିତ୍ର ହୁଏ, ଯେ କେହି ହେଉ ପଛକେ ତତ୍କ୍ଷଣାତ ବିଦାୟ କର । ଦୁଷ୍ଟ ଗୋରୁ ଦରକାର ନାହିଁ । ପ୍ରଭୁ ଅନେକ ଭଲ ଭଲ ଲୋକ ଆଣିବେ ।