43.9 C
Bhubaneswar
Friday, April 19, 2024
Homeଓଡିଶାନାଁ ମିଳୁଛି ଔଷଧ ଭତ୍ତା, ନାଁ ମିଳୁଛି ମହଙ୍ଗା ଭତ୍ତା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର...

ନାଁ ମିଳୁଛି ଔଷଧ ଭତ୍ତା, ନାଁ ମିଳୁଛି ମହଙ୍ଗା ଭତ୍ତା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଅଧିବେଶନ

ବଲାଙ୍ଗିର (ଦେବାଶିଷ ମିଶ୍ର)- ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବା ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରି କ୍ଷୋଭ ପ୍ରକାଶ କରିଛନ୍ତି । ମୁଖ୍ୟତଃ ଅନ୍ୟ ରାଜ୍ୟମାନଙ୍କ ଭଳି ଟ.୫୦୦/- ଲେଖାଏଁ ମାସିକ ଔଷଧ ଭତ୍ତା (ମେଡିସିନ ଆଲାଉନ୍‌ସ) ପ୍ରଦାନ ନିମନ୍ତେ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବୀ ଶିଘ୍ର ପୁରଣ କରାଯିବା ନିହାତି ଜରୁରି । ସେହିପରି ଗତ ବର୍ଷ ଜୁଲାଇ ମାସରୁ ବୃଦ୍ଧି ହୋଇଥିବା ମହଙ୍ଗା ଭତ୍ତା ଯଥା ଶିଘ୍ର ପ୍ରଦାନ କରାଯିବା ଏବଂ ପେନସନ ବୃଦ୍ଧି ପାଇଁ ଧାର୍ଯ୍ୟ ହୋଇଥିବା ୮୦ ବର୍ଷ ବୟସ ସୀମାକୁ ୭୫ ବର୍ଷଠାରୁ ଲାଗୁ କରାଯିବା ଇତ୍ୟାଦି ଦାବି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ,଼ଓଡିଶା ଅବସର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଅଧିବେଶନରେ କରାଯାଇଛି ।
ଏହା ବ୍ୟତୀତ ରାଜ୍ୟ ତଥା ବିଭିନ୍ନ ଜିଲ୍ଲା ପରି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅଫିସ ପାଇଁ ଏକ ସରକାରୀ ଗୃହ ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ କରାଯିବାକୁ ସ୍ଥିର ହୋଇଥିଲା । ପ୍ରାରମ୍ଭରେ ସଂପାଦକ ପୁରୁଷୋତ୍ତମ ପଣ୍ଡା ବିବରଣୀ ପାଠ କରିଥିଲେ । ବୈଠକରେ । ସଂଘର ପୂର୍ବତନ ସଭାପତି ବିନୋଦ ବିହାରୀ ମିଶ୍ର ଓ ସତ୍ୟବନ୍ତ ବେଦବାକ, ପ୍ରସନ୍ନ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ଗୋବିନ୍ଦ ମିଶ୍ର, ଜୟରାମ ମିଶ୍ର, ଗୋପାଳ କୃଷ୍ଣ ପାତ୍ର, ହରେକୃଷ୍ଣ ପଟେଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking