19.1 C
Bhubaneswar
Monday, November 18, 2024
HomeUncategorizedମାନସିକ ରୋଗୀଙ୍କ ପାଇଁ ଆରମ୍ଭ ହେବ ଭୂତ ବିଦ୍ୟା

ମାନସିକ ରୋଗୀଙ୍କ ପାଇଁ ଆରମ୍ଭ ହେବ ଭୂତ ବିଦ୍ୟା

ବାରଣାସୀ: ଭୂତ ବୋଲି କିଛି ନାହିଁ କିନ୍ତୁ ଭୂତ ଭୟରେ ଭୟଭୀତ ହୋଇ ସିଜୋଫିନିଆ ବା ମାନସିକ ରୋଗିଟିଏ ଏତେ ମାରାତ୍ମକ ହୋଇଯାଏ ଯେ, ନିଜର ସବୁ କିଛି ଜ୍ଞାନ ହରାଇଥାଏ । ଏହି ଭୂତପ୍ରେତ ବିଷୟରେ ଏବେ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏ ବିଷୟରେ ୬ ମାସିଆ କୋର୍ସ ଦିଆଯବି । ଭୂତ ବିଦ୍ୟା ବା ସିଜୋଫିନିଆ ବା ସାଇନ୍ସ ଅଫ ପାରାନର୍ମାଲ ନାମରେ ଏହି ୬ ମାସିଆ କୋର୍ସ ଦିଆଯିବ । ଏହି ପାଠ୍ୟକ୍ରମ ମନୋଚିକିତ୍ସା ସମ୍ବନ୍ଧୀୟ ବିକାରଗ୍ରସ୍ତ ରୋଗୀଙ୍କୁ କିଭଳି ଉପଚାର କରାଯାଇପାରିବ ସେ ନେଇ ପାଠ ପଢ଼ାଯିବାର ବ୍ୟବସ୍ଥା କରାଯାଇଛି । ଏହି ବିଷୟର ପାଠ୍ୟକ୍ରମ ଆସନ୍ତା ଜାନୁୟାରିରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଆୟୁର୍ବେଦ ବିଭାଗ ଦ୍ୱାରା ଏହି ପାଠ୍ୟକ୍ରମକୁ ପରିଚାଳନା କରାଯିବ । ଭୂତ ଯୋଗୁଁ ହେଉଥିବା ମାନସିକ ରୋଗର ଚିକିତ୍ସା ବାବଦରେ ବ୍ୟାଚେଲର ଅଫ ଆୟୁର୍ବେଦିକ ମେଡ଼ିସିନ ଆଣ୍ଡ ସର୍ଜରୀ(ବିଏଏମଏସ) ଓ ବ୍ୟାଚେଲର ଅଫ ମେଡ଼ିସିନ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ(ଏମବିବିଏସ) ଡିଗ୍ରିଧାରୀଙ୍କୁ ଏହି ପାଠ୍ୟକ୍ରମ ପଢ଼ାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking