19.1 C
Bhubaneswar
Monday, November 18, 2024
Homeଓଡିଶାବଡଦିନ ପାଇଁ ସଜେଇ ହୋଇଛି ଚର୍ଚ୍ଚ

ବଡଦିନ ପାଇଁ ସଜେଇ ହୋଇଛି ଚର୍ଚ୍ଚ

ଭୁବନେଶ୍ୱର: ରାତି ପାହିଲେ ବଡଦିନ । ଏଥିପାଇଁ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ଚର୍ଚ୍ଚ । କେବଳ ଚର୍ଚ୍ଚ ନୁହେଁ ବିଭିନ୍ନ ସପିଂ ମଲ ଗୁଡିକ ମଧ୍ୟ ଆଲୋକ ମାଳାରେ ସଜେଇ ହେବା ସହ ସପିଂ ମଲ ସମ୍ନାରେ ସାନ୍ତାକ୍ଲଜ ଏବଂ ଖ୍ରୀଷ୍ଟମାସର ଟ୍ରୀ ଦେଖିବାକୁ ମିଳୁଛି । ଖ୍ରୀଷ୍ଟିଆନ ମାନଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ । କିନ୍ତୁ ରାଜଧାନୀର ସବୁ ସମ୍ପ୍ରଦାୟର ଲୋକ ଏ ନେଇ ବେଶ୍ ଉତ୍ସାହିତ ।

ଏଣୁ ଏହି ଦିନର ଭିନ୍ନଭିନ୍ନ ରକମର ସାମଗ୍ରୀକୁ ନେଇ ରାଜଧାନୀର ପ୍ରମୁଖ ସ୍ଥାନ ଗୁଡ଼ିକରେ ଖୋଲା ହୋଇଛି ଖ୍ରୀଷ୍ଟମାସ ପସରା । ଖ୍ରୀଷ୍ଟମାସ ଟ୍ରି, ଷ୍ଟାର୍, ସାନ୍ତାକ୍ଲଜ୍, ହ୍ୟାଙ୍ଗିଙ୍ଗ୍ ବଲ୍ ବେଲ୍, ସାନ୍ତା ଟୟ, ସାନ୍ତା ଟୋପି, ସାନ୍ତା ମୋଜା, ପୋଷାକ, ଖ୍ରୀଷ୍ଟମାସ ବ୍ୟାଣ୍ଡ, ଖ୍ରୀଷ୍ଟମାସ କାର୍ଡ, ଝୁମର୍, ଜରିମାଳ, ଜିସସ୍ ଓ ମଦର ମେରିଙ୍କ ଷ୍ଟାଚ୍ୟୁ, ମ୍ୟୁଜିକାଲ୍ ଓ ଡ୍ୟାସିଂ ସାନ୍ତା ଆଦି ସାମଗ୍ରୀରେ ଭରି ହୋଇଛି ଦୋକାନ । ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ତରଫରୁ ପ୍ରାକ୍ ଖ୍ରୀଷ୍ଟମାସ ପାଳନ ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ରାଜଧାନୀର ପ୍ରମୁଖ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ କିପରି ଧୂମ ଧାମରେ ହେବ, ସେଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ଚଳିତ ବର୍ଷ ଗ୍ରାହକଙ୍କୁ ଅଧିକ କିଛି ନୂଆ ଖ୍ରୀଷ୍ଟମାସ୍ ସାଜସଜ୍ଜା ସାମଗ୍ରୀ ଯୋଗାଇ ଦେବା ଉଦ୍ଦେଶ୍ୟରେ ବଜାରକୁ ଆସିଛି ଯୀଶୁଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣନା କରୁଥିବା ‘କ୍ରିପ୍ ସେଟ୍’ ସହ ହାତ ତିଆରି ଗୁହାଳ ଘର । ନଡ଼ିଆ କତା, ଉଲ୍, ବାଉଁଶକାଠି ଆଦିରେ ତିଆରି ଗୁହାଳ ଘର ସହ ମଦର ମେରୀ, ଯୀଶୁଙ୍କ ସହ ଅନ୍ୟାନ୍ୟ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି । କ୍ୟାଥଲିକ ମଣ୍ଡଳୀ ଏହି ଅବସରରେ କାରୋଲ୍ ଗୀତ ଗାଇ ଯୀଶୁ ଧରାବତରଣ କରୁଛନ୍ତି ବୋଲି ବାର୍ତ୍ତା ଦେଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking