34.1 C
Bhubaneswar
Thursday, April 25, 2024
Homeଓଡିଶାବିଂଝାରପୁର ନାବାଳିକା ସସ୍ମିତା ମଳିକଙ୍କ ପ୍ରସଙ୍ଗ : ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ରାଜ୍ୟ କଂଗ୍ରେସ ପ୍ରତିନିଧି...

ବିଂଝାରପୁର ନାବାଳିକା ସସ୍ମିତା ମଳିକଙ୍କ ପ୍ରସଙ୍ଗ : ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ରାଜ୍ୟ କଂଗ୍ରେସ ପ୍ରତିନିଧି ମଣ୍ଡଳୀଙ୍କ ଫେରାଦ ଓ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର  – ବିଂଝାରପୁର ଥାନା ଅଳକୁଣ୍ଡ ଗ୍ରାମ ପଂଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ଦଳିତ ନାବାଳିକା ସସ୍ମିତା ମଳିକଙ୍କୁ ଅଳକୁଣ୍ଡ ପାଣ୍ଡି ଅଧିକାରୀଙ୍କ ର୍ଦୁବ୍ୟବହାର ଓ ବିଂଝାରପୁର ଥାନା ଆଇଆଇସିଙ୍କ ଅସୌଜନ୍ୟ ଓ ଅମାନବିକ ବ୍ୟବହାର ସହ ନାବାଳିକା ସସ୍ମିତାଙ୍କୁ ଲଙ୍ଗଳା କରି ଭିଡିଓ ଭାଇରାଲ ସହ ନାଲିକୋଠା ଦେଖାଇବା ପ୍ରସଙ୍ଗ ସଭ୍ୟ ସମାଜ ପାଇଁ ଏକ ଲଜ୍ଜାକର
ଘଟଣା ।
ପ୍ରକାଶଥାଉକି ତା ୧୭.୧୦.୨୦୧୯ ରିଖ ବାସୁଦେବପୁର ଗ୍ରାମରେ ବାଣ ଭିଡା ପ୍ରସଙ୍ଗକୁ ନେଇ ପାଟିଗୋଳ ଶୁଭିବାରୁ ନାବାଳିକାଙ୍କ ଉପସ୍ଥିତି ଓ ଭିଡିଓ ରେକଡିଂକୁ ଆୟୁଧ କରି ଉକ୍ତ ଗ୍ରାମର ୬ଜଣ ବ୍ୟକ୍ତି ବିକାଶ ମଳିକ, କାଳନ୍ଦି ମଳିକ, ଜଳଧର ମଳିକ, କମଳାକାନ୍ତ ମଳିକ, ନାଲୁଆ ମଳିକ ଓ ଅନାମ ମଳିକ ପ୍ରମୁଖ ନାବାଳିକାଙ୍କୁ ଅସଭ୍ୟ ଭାଷାରେ ଗାଳିଦେବା ଓ ଛାତିକୁ ଗୋଇଠା ମାରିବା, ମାଡମାରିବା, ମୋବାଇଲ ଛଡାଇ ନେବା ସହ ନାବାଳିକାର ବସ୍ତ୍ରକୁ ଚିରି ଦେବା ପ୍ରସଙ୍ଗକୁ ନେଇ ନାବାଳିକା ଅଳକୁଣ୍ଡ ପାଣ୍ଡିରେ ଏତଲା ଦେଲେ ମଧ୍ୟ ଫାଣ୍ଡି ଅଧିକାରୀ ଏତଲା ଗ୍ରହଣ ନକରିବାରୁ ବିଂଝାରପୁର ଥାନା ଅଧିକାରୀଙ୍କୁ ଭେଟିବାରୁ ଥାନା ଅଧିକାରୀ ଶିବ ଚରଣ ବେହେରା ନାବାଳିକା ସସ୍ମିତାଙ୍କୁ ତାଙ୍କର ପିତାମାତାଙ୍କ ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳି ଦେବା ସହ ନାବାଳିକାଙ୍କୁ ଲଙ୍ଗଳା କରି ନାବାଳିକାଙ୍କ ଫଟୋର ଭିଡିଓ ଭାଇରାଲ କରିବା ସହ ନାଲିକୋଠା ଦେଖାଇବାର ଧମକ, ଏତଲା ଗ୍ରହଣ ନକରିବା ଆଦି ରାଜ୍ୟ ସରକାରଙ୍କର ଜଣେ କର୍ମଚାରୀଙ୍କର ବୟାନ କେତେଦୂର ଗ୍ରହଣୀୟ ଏହା ସହଜେ ଅନୁମେୟ । ଖୋଦ୍ ପୋଲିସ ଡିଜି, ୫-T ର ସଚିବ ‘ମୋ ସରକାର’ର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀଙ୍କ ସଂସଦୀୟ କ୍ଷେତ୍ରରେ ଓ ରାଜ୍ୟ ଭିନ୍ନକ୍ଷମ
ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ଘରଠୁ ୫ କିଲୋମିଟର ବ୍ୟବଧାନରେ ଏଭଳି ନିର୍ଦ୍ଦୟ ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା  ବନ୍ଦିତା ପରିଡା ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ନାବାଳିକା କୁମାରୀ ସସ୍ମିତା ମଳିକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ତା ୧୮.୧୧.୨୦୧୯ ରିଖ ସପରିବାର ସାକ୍ଷାତ କରିଥିଲେ ବି ଏତଲା ଗ୍ରହଣ କରିବା ଛଡା ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, ୫-T ସଚିବ ଓ ଡିଜି ପୋଲିସ ଓଡିଶାଙ୍କୁ ସ୍ପିଡିପୋଷ୍ଟ ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଓ ଆଇଆଇସି ବିଂଝାରପୁରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରମାଣିତ କରୁଛି ଯେ ଏସ୍‌ପ ଯାଜପୁର, ୫- T ସଚିବ ଓ ଡିଜି ପୋଲିସ ସେମାନଙ୍କର ଅଫିସରମାନଙ୍କୁ ସୁରକ୍ଷା ଆଳରେ ଘଂଟ ଘୋଡାଉଛନ୍ତି ବୋଲି
ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସଂପାଦିକା ସ୍ମୃତିରେଖା ପହି ମତବ୍ୟକ୍ତ କରିଛନ୍ତି ।
ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ନାବାଳିକା ଓ ତାଙ୍କର ପରିବାରବର୍ଗଙ୍କ ସହ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡକ୍ଟର ମୀନତି ବେହେରାଙ୍କୁ ସାକ୍ଷାତ କରି ଅଧ୍ୟକ୍ଷା ସମସ୍ତ ବୟାନ ଶୁଣିବା ପରେ ଯଥାଶୀଘ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଯାଜପୁର ଏ ସଂପର୍କରେ କି ପଦକ୍ଷେପ ଗ୍ରହଣ କରିଛନ୍ତି ତୁରନ୍ତ ଏକ ରିପୋର୍ଟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଂଝାରପୁର ଆଇଆଇସି ଓ ଅଳକୁଣ୍ଡ ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରିବାକୁ ଓପିସିସି ପ୍ରତିନିଧି ମଣ୍ଡଳୀ ଡ. ବେହେରା ଡିଜି ଓଡିଶା ପୋଲିସକୁ ନିର୍ଦ୍ଦେଶ ଦେବାକୁ ଦୃଢ଼ ଦାବି କରିଥିଲେ ।
ଆଜିର ଏହି କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ସର୍ବଶ୍ରୀ ପଦ୍ମାକର ଗୁରୁ, ବିଂଝାରପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦାସ, ପ୍ରାକ୍ତନ ଅଧ୍ୟକ୍ଷା କନକଲତା ମଲ୍ଲିକ, ସ୍ୱାଧିନବାଳା ଦାସ, କୁସୁମ ପ୍ରଧାନ, ବିଶ୍ୱଭୂଷଣ ଦାସ, ଦୀପକ ମହାପାତ୍ର, ନରେଶ ମହାନ୍ତି, ବିଶ୍ୱଜିତ ଲେଙ୍କା, ଶ୍ରୀୟାସ୍ମିତା ପଣ୍ଡା, ମନୋଜ ସାହୁ, ଦେବୀ ପ୍ରସାଦ ବିଷୋୟୀ ପ୍ରମୁଖ ଓପିସିସି ତରଫରୁ ଏକ ସ୍ମାରକପତ୍ର ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିବା ସହ ସାକ୍ଷାତ କରି ଅବିଳମ୍ବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡକ୍ଟର ବେହେରାଙ୍କ ନିକଟରେ ଦାବି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking