27.1 C
Bhubaneswar
Monday, November 18, 2024
Homeଓଡିଶାବାରବାଟୀ ପାଇଁ ୮୦ପ୍ଲାଟୁନ ଫୋର୍ସ

ବାରବାଟୀ ପାଇଁ ୮୦ପ୍ଲାଟୁନ ଫୋର୍ସ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ । ଆଉ ଦିନକ ପରେ ମ୍ୟାଚ ହେବ । ଏହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ନାହିଁ ନଥିବା ଖୁସି । ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚି ଯାଇଛନ୍ତି କ୍ରିକେଟର ମାନେ । ଏହି ଦୁଇଟି ଟିମ ମଧ୍ୟ ଜୋରଦାର ଖେଳ ଅଭ୍ୟାସ କରୁଛନ୍ତି । ତେବେ ଦିନିକିଆ ମ୍ୟାଚ ପାଇଁ ସବୁପ୍ରକାର ପ୍ରସ୍ତୁତି ସରିଛି ।
ଏହାକୁ ଦୃଷ୍ଟିରେ ରଖି ବାରବାଟୀର ସୁରକ୍ଷା ମଧ୍ୟ କଡାକଡି କରାଯାଇଛି । ଏଥିପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ବାରବାଟୀ ଷ୍ଟାଡିୟମର ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଯାଞ୍ଚ ସମୟରେ ପୋଲିସ କମିଶନର , କଟକ ଡିସିପି ଏବଂ ଟ୍ରାଫିକ ଡିସିପି ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ବାରବାଟୀ ସୁରକ୍ଷ ଯାଞ୍ଚ ପରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କ ପ୍ରତିକ୍ରିୟା ପ୍ରକାଣ କରିଛନ୍ତି ସେ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମ ସୁରକ୍ଷାର ସମସ୍ତ ବନ୍ଦୋବସ୍ତ ସରିଛି । ବାରବାଟୀ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱରେ ୮୦ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ସୁରକ୍ଷା ତଦାରଖ ପାଇଁ ଲ’ ଆଣ୍ଡ ଅର୍ଡର ଏବଂ ଗୁଇନ୍ଦା ଡିଜି ରହିବେ ବୋଲି ସେ କହିଛନ୍ତି ।
https://onakhabar.com/2019/12/19/india-and-westindies-team/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking