ନୂଆଦିଲ୍ଲୀ : ଜମାଇକାର ଟୋନୀ ଏନ୍ ସିଂହ ବିଶ୍ୱ ସୁନ୍ଦରୀ-୨୦୧୯ର ମୁକୁଟ ନିଜ ନାଁ’ରେ କରିଛନ୍ତି। ଶନିବାର ଲଣ୍ଡନରେ ଆୟୋଜିତ କାର୍ୟ୍ୟକ୍ରମରେ ଟୋନୀ ୧୨୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟ ପିନ୍ଧିଛନ୍ତି। ପୂର୍ବତନ ବିଶ୍ୱ ସୁନ୍ଦରୀ ଭନେସା ପୋନ୍ସ ଟୋନୀଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି। ଅନ୍ୟପକ୍ଷରେ ଫ୍ରାନ୍ସର ଓଫେଲୀ ମେଜିନୋ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଭାରତର ରାଜସ୍ଥାନ ନିବାସୀ ସୁମନ ରାଓ ଏହି ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୂର୍ବରୁ ଜୁନ୍ରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ-୨୦୧୯ର ମଧ୍ୟ ସୁମନ ବିଜେତା ଥିଲେ। ଖୁବ୍ଶୀଘ୍ର ସୁମନ୍ ବଲିଉଡ଼ରେ ପାଦ ଥାପି ପାରନ୍ତି ବୋଲି ଶୁଣିବାକୁ ମିଳୁଛି।
https://onakhabar.com/2019/12/15/bomb-2/