31.1 C
Bhubaneswar
Tuesday, April 23, 2024
Homeଅପରାଧହାଇଦ୍ରାବାଦରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ହାଇଦ୍ରାବାଦରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ବାଲିପାଟଣା : ହାଇଦ୍ରାବାଦରେ ଓଡିଆ ଯୁବକଙ୍କ ମୃତ୍ୟୁ । ଅନେକ ସମୟରେ ଓଡିଶା ଛାଡି ବାହାରକୁ ଯାଇଥିବା ଯୁବକ ଏବଂ ଶ୍ରମିକଙ୍କ ମୃତ୍ୟୁ ହେଉଥିବାର ଦେଖିବାକୁ ମିଳେ । ତେବେ ସେହିଭଳି ଏକ ଅଭାବନୀୟ ଘଟଣା ବାଲିପାଟଣାରେ ଦେଖିବାକୁ ମିଳିଛି । ବାଲିପାଟଣା ଥାନା ଦେଉଳିଧରପୁର ପଞ୍ଚାୟତ ଶିରିପାରି ଭୋଇସାହିର ଟୁକୁନା ଭୋଇଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତ୍ୟୁର ୪ଦିନ ପରେ ଶବ ଚିହ୍ନଟ କରାଯାଇଥିଲା ।
ସୂଚନା ଅନୁସାରେ, ଗତ ୧୦ ତାରିଖରେ ଟୁକୁନା ନିଖୋଜ ଥିଲେ । ଶୁକ୍ରବାର ହାଇଦ୍ରାବାଦ ପୁଲିସ୍ ଶବ ଉଦ୍ଧାର କରି କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଚିହ୍ନଟ କରାଯାଇଥିଲା । ଟୁକୁନାଙ୍କୁ ମାରି ଦିଆଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ତେବେ ୭ବର୍ଷ ହେବ ଟୁକୁନା ହାଇଦ୍ରାବାଦର ଏକ ସନମାଇକା ପ୍ଲାଇ କମ୍ପାନିରେ କାର‌୍ୟ୍ୟ କରୁଥିଲେ । କୌଣସି କାରଣକୁ ନେଇ ଠିକାଦାରଙ୍କ ସହିତ ଝଗଡ଼ା ହେବାରୁ କାମ ଛାଡ଼ି ଚାଲି ଆସିଥିଲେ । ଅଢେଇଞ୍ଚ ଗ୍ରାମର ଠିକାଦାର ବାପି ପାତ୍ର କାମ କରିବାକୁ ପୁନର୍ବାର ଡକାଇବାରୁ ଦୁଇ ମାସ ତଳେ ଯାଇଥିଲେ । ଘଟଣା ଦିନ ଠିକାଦାର ଏବଂ ଟୁକୁନା ବଜାରକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ । କିନ୍ତୁ ଠିକାଦାର ଏକୁଟିଆ ଆସି ରାତିରେ ରୁମରେ ବିଶ୍ରାମ ନେଇଥିଲେ । ୪ ଦିନ ଧରି ଟୁକୁନା ନ ଫେରିବାରୁ ସେଠାରେ ରହୁଥିବା ଟୁକୁନାଙ୍କ ଶଳା ମାର୍ଥାପୁର ଗ୍ରାମର ଅଶୋକ ଭୋଇ ଠିକାଦାରଙ୍କୁ ପଚାରିଥିଲେ । ତେବେ ଠିକାଦାର ଏ ବିଷୟରେ କୌଣସି ଉତ୍ତର ରଖି ନଥିବା ଜଣାପଡିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking