21.1 C
Bhubaneswar
Sunday, November 24, 2024
Homeଅପରାଧ୩ ପିଏଲଏଫଆଇ ସଦସ୍ୟ ଗିରଫ

୩ ପିଏଲଏଫଆଇ ସଦସ୍ୟ ଗିରଫ

ଦେବଗଡ଼ : ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ବାରକୋଟ ଥାନା ପୁଲିସ ୩ ଜଣ ମୋଷ୍ଟ ୱାଣ୍ଟେଡ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଏ ସମ୍ପର୍କରେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି । ସେମାନେ ହେଲେ ଝାରଖଣ୍ଡର ଖୁଣ୍ଟି ଜିଲ୍ଲା ଗୁଫୁ ଗ୍ରାମର ମଣ୍ଟୁ ଓରଫ ଯୋଗେଶ୍ୱର ସିଂ (୩୦), ସିମଡେଗା ଜିଲ୍ଲା ଟୁନିଆ ଗ୍ରାମର ମୁନ୍ନା ଓରଫ ମନୋଜ କାଣ୍ଡୁଲାନା(୨୩) ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ମୁନ୍ନା ଓରଫ ଦିଲ୍ଲୀପ କେଶରୀ (୩୨) । ଗତ ୧୨ ତାରିଖ ରାତିରେ ବାରକୋଟ ଥାନା ଆମ୍ବଗାଁ ଠାରେ ଥିବା ଏକ ପରିତ୍ୟକ୍ତ ଛାତ୍ରାବାସରେ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ସହ ଡକାୟତି ପାଇଁ ଯୋଜନା କରୁଥିଲେ । ଏ ନେଇ ସୂଚନା ପାଇ ଥାନାଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ସବ୍ ଇନ୍ସପେକ୍ଟର ଦେବବ୍ରତ ନାଏକ ସଦଳବଳ ସେଠାରେ ପହଞ୍ôଚ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ୨ଜଣ ପିସ୍ତଲ ଦେଖାଇ ଫେରାର ହୋଇଯାଇଥିବା ବେଳେ ପୁଲିସ ଅନ୍ୟ ୩ ଜଣ ଙ୍କୁ କାବୁ କରିଥିଲା । ସେମାନେ ସମସ୍ତେ ପିଏଲ୍‌ଏଫ୍‌ଆଇର ସକ୍ରିୟ ସଦସ୍ୟ ଏବଂ ବିଭିନ୍ନ ଥାନାରେ ସେମାନଙ୍କ ନାମରେ ଡକାୟତି, ହତ୍ୟା ଓ ବ୍ୟାଙ୍କ ଲୁଟ ଭଳି ଏକାଧିକ ମାମଲା ଥିବା ଜାଣିବାକୁ ପାଇଥିଲେ । ସେମାନଙ୍କ ନିକଟରୁ ୧ ଗୋଟି ଚାଇନା ନିର୍ମିତ ଅଟୋମେଟିକ ପିସ୍ତଲ,୨ ଦେଶୀ ପିସ୍ତଲ ,୮ଟି ଜୀବନ୍ତ ଗୁଳି, ୩ଟି ମୁଖା , ଗୋଟିଏ ଖଣ୍ଡା , ୩ଟି ମୋଟର ସାଇକଲ, ସିଗାରେଟ ପ୍ୟାକେଟ, ପାଣି ବୋତଲ ଓ ବିଦେଶୀ ମଦ ଜବତ କରିଥିଲେ । ସମସ୍ତ ଅଭିଯୁକ୍ତଙ୍କ ନାମରେ ବାରକୋଟ ଥାନାରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଦାଳତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking