27.1 C
Bhubaneswar
Thursday, April 25, 2024
Homeଓଡିଶାହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ସୁନ୍ଦରଗଡ : ସୁନ୍ଦରଗଡ଼ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କିଂଜିରକେଲା ସେକ୍ସନର ଠୁଟିପିପଲ୍ ଗାଁ ରେ ହାତୀ ଆକ୍ରମଣରେ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବନବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ ଅଞ୍ଚଳରୁ ୧୫ଟି ହାତୀର ଏକ ପଲ ସୁନ୍ଦରଗଡ଼ ସୀମାନ୍ତ ଅଞ୍ଚଳକୁ ଗତ କିଛିଦିନ ହେଲା ପଶି ଆସିଥିଲେ । ତେବେ ସୀମାନ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଗତକାଲି ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ପ୍ରବେଶ କରି ଢୁଟିପିପଲ ଗାଁରେ ପହଞ୍ôଚଥିଲେ । ଗାଁରେ ପଶି ଜଣେ ବୃଦ୍ଧ ପରୀକ୍ଷିତ ଗହୀରଙ୍କ ଘରକୁ ଭଙ୍ଗାରୁଜା କରିଥିଲେ ।ଏଥିରେ ଭୟଭୀତ ହୋଇ ପରକ୍ଷୀତ ଘର ବାହାରକୁ ବାହାରିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡିବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ହାତୀ ଘଉଡ଼ାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ହାତୀ ପଲକୁ ଠୁଟିପିପଲ ନିକଟସ୍ଥ ଜଙ୍ଗଲରେ ଆୟତ୍ତ କରାଯାଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ପଲକୁ ସୁନ୍ଦରଗଡ ସୀମା ପଟକୁ ଘଉଡ଼ାଯିବା ନେଇ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଅରୁଣ ମିଶ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking