ରାଞ୍ଚି : ଝାଡଖଣ୍ଡରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିର୍ବାଚନ ନିମନ୍ତେ ନିର୍ବାଚନି ପ୍ରଚାର ଗତକାଲି ଶେଷ ହୋଇଛି । ଆସନ୍ତା କାଲି ୧୭ଟି ବିଧାନସଭା ଆସନରୁ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଝାଡଖଣ୍ଡ ରାଜନୀତିର ଦିଗ ନିର୍ଦ୍ଧାରଣ ହୋଇଯିବ ବୋଲି କୁହା ଯାଉଛି । ତୃତୀୟ ପର୍ଯ୍ୟାୟର ୧୭ଟି ଆସନରୁ ମୋଟ ୩୦୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ତେବେ ଗତକାଲି ସଂନ୍ଧ୍ୟା ୫ଟାରେ ଏହି ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ତେବେ ଏହି ନିର୍ବାଚନରେ ବିଜେପି ପାଇଁ ଭୂମି ବଂଚାଇବା ଏକ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ଆଜେସୁ ନେତାଙ୍କ ମହତ୍ୱ ଏବଂ ଜିବିଏମ ପ୍ରମୁଖ ନେତା ବାବୁଲାଲ ମାରାଣ୍ଡିଙ୍କ ପ୍ରତିଷ୍ଠା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ତେବେ ଏଠାରେ ସୂଚନାଯୋଗ୍ୟ, ଝାଡଖଣ୍ଡର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କୋଡରମା,ବରକଣ୍ଠା,ବରହି,ବଡକାଗ୍ରାମ,ରାମଗଢ,ମାଣ୍ଡୁ,ହଜାରିବାଗ,ସିମରିୟା,ରାଜଧନବାର,
ଗୋମିୟା,ବେରମୋ,ଇଚାଗଢ,ସିଲ୍ଲି,ଖିଜରି,ରାଂଚି,ହାଟିଆ ପରି ଅନେକ ଆସନ ସାମିଲ ରହିଛି ।
ଝାଡଖଣ୍ଡ ଏକ ମାଓପ୍ରବଣ ଏବଂ ଆଦୀବାସୀ ଅଧ୍ୟୁଷିତ ଅଂଚଳ ହୋଇଥିଲେ ମଧ୍ୟ ୨୦୧୪ ମସିହାରେ ଏଠାରେ ପାଂଚଟି ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତ ମେ ମାସରେ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ କରିଥିଲେ । ମହାରଷ୍ଟ୍ର ଏବଂ ହରିୟାଣାରେ ଗତ ଅକ୍ଟୋବର ମାସ ୨୧ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଝାଡଖଣ୍ଡ ରାଜ୍ୟସ୍ତରୀୟ ନିର୍ବାଚନର ତୃତୀୟ ସ୍ଥାନରେ ରହିଛି ।