31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପବ୍ଲିକ୍ ଚାର୍ଜିଂ ପଏଣ୍ଟରେ ଫୋନ୍ ଚାର୍ଜ କରୁଛନ୍ତି କି’ ତେବେ ସାବଧାନ....

ପବ୍ଲିକ୍ ଚାର୍ଜିଂ ପଏଣ୍ଟରେ ଫୋନ୍ ଚାର୍ଜ କରୁଛନ୍ତି କି’ ତେବେ ସାବଧାନ….

ନୂଆଦିଲ୍ଲୀ : ପବ୍ଲିକ ଚାର୍ଜିଂ ପଏଣ୍ଟରେ ଫୋନ ଚାର୍ଜ କରୁଛନ୍ତି କି ତେବେ ସାବଧାନ ହୋଇଯାଆନ୍ତୁ । ପ୍ରାୟତଃ ଅଧିକାଂଶ ଲୋକମାନେ ବ୍ୟସ୍ତବହୁଳ ଜୀବନ ହେତୁ କିଏ କିଏ ଫୋନ ଚାର୍ଜ କରିବା ପାଇଁ ଭୁଲି ଯାଇଥାଆନ୍ତି ତ କିଏ ଫୋନରେ କିଛି କାମ କରି ଫୋନରୁ ଚାର୍ଜ ସାରି ଦେଇଥାଆନ୍ତି । ସେଥିପାଇଁ ପ୍ରାୟ ଲୋକ ପବ୍ଲିକ ପଏଣ୍ଟରେ ଚାର୍ଜ କରିଥାଆନ୍ତି । ହେଲେ ପବ୍ଲିକ ପଏଣ୍ଟରେ ଚାର୍ଜ କରିବା ଫଳରେ ମୋବାଇଲରୁ ଗୁପ୍ତ ତଥ୍ୟ ଚୋରି ହେଉଥିବା ଜଣାପଡିଛି । ଫୋନ୍ ଚାର୍ଜ କରିବା ପରେ ସେଥିରୁ ଅନେକ ଗୁପ୍ତ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରେ ଜଣେ ଯୁବକ ମୋବାଇଲ ଫୋନ୍ ଚାର୍ଜ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ୫୦ ହଜାର ଟଙ୍କା ଉଠାଯାଇଥିଲା । ସେହିପରି ଅନ୍ୟ ଜଣେ ଯୁବତୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଆପତ୍ତିଜନକ ପୋଷ୍ଟ କରାଯାଇଛି । ଏହାକୁ ନେଇ ଉଭୟ ଯୁବକ ଓ ଯୁବତୀ ଦିଲ୍ଲୀ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି । ପବ୍ଲିକ୍ ଚାର୍ଜିଂ ପଏଣ୍ଟରେ ମୋବାଇଲ ଫୋନ୍ ଚାର୍ଜ କରିବା ପରେ ଏହାକୁ ହ୍ୟାକ୍ କରି ସମସ୍ତ ଗୁପ୍ତ ତଥ୍ୟ ଚୋରି ହେଉଥିବା ପୁଲିସ ସନ୍ଦେହ କରିଛି । ଦିଲ୍ଲୀ ପୁଲିସର ଆଣ୍ଟି ସାଇବରକ୍ରାଇମ୍ ସେଲ୍ ଏହି ଦୁଇ ମାମଲାର ତଦନ୍ତ କରୁଛି । ଏହା ସହ ପ୍ରତି ୫ ସେକେଣ୍ଡରେ ଫୋନର ଗୋଟିଏ ସ୍କ୍ରିନସଟ୍ ମଧ୍ୟ ନେଇପାରୁଛନ୍ତି । ଏଥିପାଇଁ ଏହି ସବୁ ପବ୍ଲିକ୍ ଚାର୍ଜିଂ ପଏଣ୍ଟରେ ଚାର୍ଜ କରିବା ବଦଳରେ ନିଜେ ଚାର୍ଜର୍ ଆଣି ଚାର୍ଜ କରିବାକୁ ଦିଲ୍ଲୀ ପୁଲିସ ପରାମର୍ଶ ଦେଇଛି । ଫୋନ୍ ହ୍ୟାକ୍ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବାରୁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏକ ଭିଡିଓ ଜାରି କରି ଗ୍ରାହକଙ୍କୁ ସତର୍କ କରାଯାଇଛି ।
ମୁଖ୍ୟତଃ ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ଜନଗହଳି ପୂର୍ଣ୍ଣ ବଜାରଗୁଡିକରେ ଏହି ଚାର୍ଜିଂ ପଏଣ୍ଟ ଗୁଡିକ ରହିଛି । ଏହା ଉପରେ କାହାର ନଜର ରହୁନଥିବାରୁ ଏଥିରେ ଇଲେକଟ୍ରୋନିକ୍ ଚିପ୍ ଲଗାଇ ଫୋନକୁ ହ୍ୟାକ୍ କରାଯାଉଛି । ହ୍ୟାକରମାନେ ଫୋନରୁ ମେସେଜ, ଫଟୋ, ଭିଡିଓ, ଇ-ମେଲ, ଲୋକେସନ, ନୋଟ୍, କଣ୍ଟାକ୍ଟ ଏବଂ ଅନ୍ୟ ସବୁ ତଥ୍ୟ ହାସଲ କରି ନେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking