40.1 C
Bhubaneswar
Wednesday, April 24, 2024
Homeଅପରାଧସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ...

ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ…

ସୋନପୁର: ରାଜ୍ୟରେ ସଡକ ଦୁର୍ଘଟଣାର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି | ସୋନପୁର ମହାନଦୀ ସେତୁ ଉପରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଟ୍ରକ ଚଢିଯିବାରୁ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଛି । ମୃତକ ଜଣକ ବୀରମହାରାଜପୁରର ଅବକାରୀ ବିଭାଗର କାର୍ଯ୍ୟରତ କନେଷ୍ଟବଳ ନନ୍ଦୀ କର୍ମୀ ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ମହାନଦୀ ସେତୁରେ ଏକ ବାଇକ ଯୋଗେ ସୋନପୁର ରୁ ବୀରମହାରାଜପୁର ଫେରୁଥିବା ସମୟରେ ସାମ୍ନାରୁ ଆସୁଥିବା ଟ୍ରକଟି ବାଇକ ଉପରେ ମାଡିଯାଇଥିଲା । ଗାଡି ଚାଳକ ନନ୍ଦୀ କର୍ମୀଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେତୁର ମରାମତି କାମପାଇଁ ସେତୁ ଉପରେ ରଖାଯାଇଥିବା ସାମଗ୍ରୀ ପାଇଁ ରାସ୍ତା ଅବରୋଧ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସୋନପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking