30.1 C
Bhubaneswar
Monday, May 20, 2024
Homeଅପରାଧନବମ  ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ରର ଛୁରାମାଡ

ନବମ  ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ରର ଛୁରାମାଡ

ରାଇରଙ୍ଗପୁର: ସ୍କୁଲ ହଷ୍ଟେଲ ପରିସରରେ ଛୁରାମାଡ । ନବମ ଶ୍ରେଣୀ ଛାତ୍ରକୁ ଛୁରାମାଡ କଲା ଦଶମ ଶ୍ରେଣୀ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୦୩ ଓ୍ବାଲିଗଞ୍ଜରେ ଥିବା ବି.ସି.ସି. (ବିକର୍ତ୍ତନ କୋଚିଂ ସେଣ୍ଟର) ନାମକ ଏକ ଘରୋଇ ଆବାସିକ ବିଦ୍ୟାଳୟରେ । ଏହି ମରଣାନ୍ତକ ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୭.୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଛି । ସ୍କୁଲ ପଛପଟେ ଥିବା କ୍ୟାଣ୍ଟିନରୁ ଜଳଖିଆ ଖାଇ ସରିବା ପରେ କୌଣସି କାରଣକୁ ନେଇ ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଏହି ସମୟରେ ଦଶମ ଶ୍ରେଣୀର ଛାତ୍ର ଜଣକ ହଠାତ୍ ଏକ ଧାରୁଆ ଛୁରୀ ସାହାଯ୍ୟରେ ନବମ ଶ୍ରେଣୀ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ସିନିୟର ଛାତ୍ର ଜଣକ ଫେରାର ହୋଇଯାଇଥିଲେ । ଏହି ଛୁରାମାଡ଼ରେ ନବମ ଶ୍ରେଣୀର ଛାତ୍ରଙ୍କ କାନମୂଳ, ହାତ ଓ ପେଟରେ ଗଭୀର କ୍ଷତ ହୋଇଥିବାର ସୂଚନା ମିଳିଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ବର୍ତ୍ତମାନ ପୀଡିତ ଛାତ୍ରଙ୍କ ଚିକିତ୍ସା ଜାରି ରହିଛି । ତାଙ୍କର ମୁଣ୍ଡ, ଗାଲ, ହାତ ଓ ପେଟରେ ଗଭୀର କ୍ଷତ ହୋଇଥିବା ବେଳେ ଏହି ଆକ୍ରମଣକୁ ନେଇ ସେ ଭୟଭୀତ ଅବସ୍ଥାରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁରୁତର ଆହତ ଛାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲାରେ । ଏହି ଘଟଣା ସମ୍ପର୍କରେ ଛାତ୍ରଙ୍କ ପରିବାର ଲୋକଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଖବର ଦେଇଥିଲେ। ଖବର ପାଇ ପୀଡିତଙ୍କ ପରିବାର ଲୋକେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking