30.1 C
Bhubaneswar
Saturday, October 5, 2024
Homeବିଜିନେସ୍ଅଗଷ୍ଟ ସୁଦ୍ଧା ରେଳବାଇର ରାଜସ୍ୱ ୯୫,୪୮୬ କୋଟି

ଅଗଷ୍ଟ ସୁଦ୍ଧା ରେଳବାଇର ରାଜସ୍ୱ ୯୫,୪୮୬ କୋଟି

ନୂଆଦିଲ୍ଲୀ : ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଭାରତୀୟ ରେଳବାଇ ୯୫,୪୮୬.୫୮ କୋଟି ଟଙ୍କାର ରାଜସ୍ୱ ଅର୍ଜନ କରିସାରିଥିବା ଜଣାପଡିଛି । ପୂର୍ବବର୍ଷ ଏହି ସମୟରେ ରାଜସ୍ୱ ଆଦାୟ ପରିମାଣ ୬୯,୨୧୫.୨୯ କୋଟି ଟଙ୍କା ରହିଥିଲା । ବିଗତ ଏକବର୍ଷରେ ରାଜସ୍ୱ ଆଦାୟରେ ୩୮ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତବର୍ଷର ରାଜସ୍ୱ ମଧ୍ୟରୁ ଯାତ୍ରୀଭଡା ବାବଦରେ ୨୫,୨୭୬.୫୪ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଗତବର୍ଷ ତୁଳନାରେ ଏଥିରେ ୧୧୬ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଇଛି । ପାସେଞ୍ଜର ଓ ଲୋକାଲ ଟ୍ରେନ୍ ତୁଳନାରେ ଦୂରଗାମୀ ଏକ୍ସପ୍ରେସ ଟ୍ରେନ୍‌ଗୁଡିକରୁ ଅଧିକ ଯାତ୍ରୀଭଡା ମିଳିଥିବା କୁହାଯାଇଛି ।

ଅପରପକ୍ଷରେ ମାଲ ପରିବହନ ଯୋଗୁଁ ରେଳବାଇକୁ ୬୫,୫୦୫.୦୨ କୋଟି ଟଙ୍କା ମିଳିଛି । ଗତବର୍ଷ ତୁଳନାରେ ଏଥିରେ ୧୦,୭୮୦.୦୩ କୋଟି ଟଙ୍କାର ବୃଦ୍ଧି ଘଟିଛି । ଚଳିତବର୍ଷ ମାଲଗାଡି ଜରିଆରେ କୋଇଲା ବ୍ୟତୀତ ଖାଦ୍ୟଶସ୍ୟ, ସାର, ସିମେଣ୍ଟ, ମିନେରାଲ ତେଲ ଭଳି ସାମଗ୍ରୀ ଅଧିକ ପରିବହନ କରାଯାଇଛି । ଅନ୍ୟାନ୍ୟ ସୂତ୍ରରୁ ରେଳବାଇକୁ ୨୨୬୭.୬୦ କୋଟି ଟଙ୍କାର ରାଜସ୍ୱ ମିଳିଛି । ୨୦୨୧-୨୨ ଆର୍ôଥକବର୍ଷରେ ରେଳବାଇର ରାଜସ୍ୱ ପରିମାଣ ୧,୯୧,୨୭୮.୨୯ କୋଟି ଟଙ୍କା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking