29.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗଦେଶରେ ୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଦେଶରେ ୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । କରୋନା ମୃତ୍ୟୁ ସଂଖ୍ୟା ୯,୧୯୫କୁ ବୃଦ୍ଧିପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୯୨୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ଚିକିତ୍ସିତ ହେଉଛନ୍ତି ୧ଲକ୍ଷ ୪୯ହଜାର ୩୪୮ଜଣ ଆକ୍ରାନ୍ତ । ୧ଲକ୍ଷ ୬୨ହଜାର ୩୭୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ଘଣ୍ଟା ସର୍ବାଧିକ ୧୧ହଜାର ୯୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୧୧ଜଣ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ମହାରାଷ୍ଟ୍ରରେ ୧ଲକ୍ଷ ୪୦ଜାର ୫୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୮୩୦ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ ୮୨ ଜଣ, ଆସାମରେ ୮ ଜଣ, ବିହାରରେ ୩୯ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୧୨୭୧ ଜଣ, ଗୁଜରାଟରେ ୧୪୪୮ ଜଣ, ହରିୟାଣାରେ ୭୮ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୫ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୮୧ ଜଣ, କେରଳରେ ୧୯ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୪୭ ଜଣ, ମହାରାଷ୍ଟ୍ରରେ ୩୮୩୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୦ ଜଣ, ପୁଦ୍ଦୁଚେରୀରେ ୨ଜଣ, ପଞ୍ଜାବରେ ୬୫ ଜଣ, ରାଜସ୍ଥାନରେ ୨୮୨ ଜଣ, ତାମିଲନାଡୁରେ ୩୯୭ ଜଣ, ତେଲେଙ୍ଗାନାରେ ୧୮୨ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୨୩ ଜଣ, ଉତ୍ତରପ୍ରଦେଶରେ ୩୮୫ ଜଣ ଏବଂ ପଶ୍ଚମବଙ୍ଗରେ ୪୬୩ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking